www.samajalive.in
Tuesday, December 9, 2025
15.1 C
Bhubaneswar

ମାସ୍କ ଯାଞ୍ଚ ଆଳରେ ଯୁବକଙ୍କୁ ପୁଲିସ ମାଡ଼ମାରିବା ଘଟଣା: ଫାଣ୍ଡି ଅଧିକାରୀ ଓ ହାବିଲଦାରଙ୍କ ଜିଲା ହେଡକ୍ୱାର୍ଟରକୁ ବଦଳି

ଆରଡି: ମାସ୍କ ଚେକିଂ ଆଳରେ ଆରଡ଼ି ପୀଠକୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥିବା ଯାଜପୁର ଜିଲା ମଙ୍ଗଳପୁର ଥାନା ଅରଦାଳୁଆ ଗାଁର ପ୍ରଦୀପ ମଇକାପଙ୍କ ୨ପୁଅ ଶୁଭରଞ୍ଜନ ଓ ସୌମ୍ୟରଞ୍ଜନଙ୍କୁ ପୁଲିସ ମାଡ଼ମାରିବା ସହ ମିଥ୍ୟା ମାମଲା ରୁଜୁ କରିବା ଆରଡ଼ି ଫାଣ୍ଡି ପୁଲିସକୁ ମହଙ୍ଗା ପଡ଼ିଲା। ମଙ୍ଗଳବାର ଭଦ୍ରକ ଏସପିଙ୍କ ନିର୍ଦେଶକ୍ରମେ ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଓ ହାବିଲଦାର ରମେଶ ମଲିକଙ୍କୁ ଜିଲା ହେଡକ୍ୱାର୍ଟରକୁ ବଦଳି କରାଯାଇଥିବା ଏଏସପି ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ୨ଜଣ ଯୁବକ ଆରଡି ପୀଠକୁ ଆସୁଥିବା ବେଳେ ମାସ୍କ ନ ପିନ୍ଧିଥିବାରୁ ଆରଡି ଫାଣ୍ଡି ନିକଟରେ ପୁଲିସ ଅଟକାଇବା ସହ ଫାଇନ ଆଦାୟ କରୁଥିବା ସମୟରେ ଯୁବକ ଓ ପୁଲିସଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁବକଜଣକ ମୋବାଇଲ ଯୋଗେ ଭିଡିଓ ଉତ୍ତୋଳନ କରିବାରୁ ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ୩/୪ଜଣ ପୁଲିସ ତଳେ ପକାଇ ମାଡ ମାରିଥିଲେ। ଏହାର ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୋମବାର ଧାମନଗର ଏସଡିପିଓ ଅଶୋକ ଦାସ ଘଟଣାର ତଦନ୍ତ କରି ଏସପିଙ୍କୁ ରିପୋର୍ଟ ଦେଇଥିଲେ। ମଙ୍ଗଳବାର ଏସପିଙ୍କ ନିର୍ଦେଶ ଅନୁଯାୟୀ ୨ଜଣ ଅଧିକାରୀଙ୍କୁ ଜିଲା ହେଡକ୍ୱାର୍ଟରକୁ ବଦଳି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories