www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ବଦଳାଇଛି ଜୀବନଶୈଳୀ; ପୂର୍ବତନ ବିଧାୟକ ଏବେ ସଫଳ ଚାଷୀ

ମାଲକାନଗିରି: କରୋନା ବଦଳାଇ ଦେଇଛି ଅନେକ ଲୋକଙ୍କ ଜୀବନଶୈଳୀ। ଏଥିରେ କେବଳ ସାଧାରଣ ଜନତା ନୁହେଁ, ନେତାଙ୍କ ଜୀବନଜୀବିକାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବରୁ ଯିଏ ବିଧାୟକ ହୋଇ ଲୋକଙ୍କ ସେବା କରିବା ପାଇଁ ପଣ କରିଥିଲେ, ଆଜି ସେ ଜଣେ ସଫଳ ଚାଷୀ ହୋଇ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି। ଏପରି ଜଣେ ନେତା ତଥା ଚାଷୀ ହେଲେ ମାଲକାନଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ମାନସ ମାଡ଼କାମି। ଗତ ୨୦୧୯ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ମିଳିଲାନି। ତଥାପି ସେ ବିଜେଡିରେ ସକ୍ରିୟ ରହିଛନ୍ତି। ଏବେ କରୋନା କାଳରେ ଲୋକଙ୍କଠାରୁ ସାମାଜିକ ଦୂରତା ବଜାୟ ରଖିଥିବା ଶ୍ରୀ ମାଡକାମି ଏବେ ନିଜ ପୈତୃକ ଜମିରେ ମାଛ ଚାଷ କରିଛନ୍ତି। ସରପଞ୍ଚଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ ଓ ବିଧାୟକ ହେବା ପର୍ଯ୍ୟନ୍ତ ଶ୍ରୀ ମାଡକାମି ତାଙ୍କ ପେଷାକୁ ଛାଡି ନାହାନ୍ତି। ବିଧାୟକ ଥିବା ସମୟରେ ଲୋକଙ୍କ ସେବା ପାଇଁ ନିଜର କାମ କରି ପାରୁ ନ ଥିଲେ। ଏବେ କରୋନା କାଳରେ ନିଜ ଫାର୍ମ ହାଉସକୁ ସମ୍ଭାଳୁଥିବା କହିଛନ୍ତି। ମାଛ ଚାଷ ସହ ୧୫ ଏକର ଜମିରେ ଏକ ଫାର୍ମ ହାଉସ୍‌ କରିଛନ୍ତି। ୫ଟି ବଡ ପୋଖରୀରେ ମାଛ ଚାଷ କରି ବର୍ଷକୁ ପ୍ରାୟ ୬୦ ରୁ ୭୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ଏହାସହ କୁକୁଡା, ବତକ ଓ ଛେଳି ମଧ୍ୟ ପାଳନ କରି ତାହାକୁ ବିକ୍ରି କରୁଛନ୍ତି। ନିଜ ଜମିରେ ଆମ୍ବ, ଡାଳିମ୍ବ, କଦଳୀ ପରି ଅନେକ ଫଳ ଚାଷ କରିଛନ୍ତି। ସକ୍ରିୟ ରାଜନୀତିଠାରୁ ଦୂରେଇ ଯାଉଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ନିଜ ପରମ୍ପରାକୁ ବଜାୟ ରଖିଛି। ସମୟ ମିଳିଲେ ଚାଷ କାମ କରୁଛି। ଗରିବ ଆଦିବାସୀ ପରିବାରରେ ଜନ୍ମିତ ଏହି ପ୍ରାକ୍ତନ ବିଧାୟକ ଆଗକୁ ପୁଣି ଥରେ ରାଜନୀତି ସହ ଲୋକସେବା ବଜାୟ ରଖିବେ ବୋଲି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories