ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନେଇ ୱାକାଥନ ଓ ପଥଉତ୍ସବ

ମାଲକାନଗିରି: ଆଜି ଜିଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୪ ନେଇ ୱାକାଥନ ଓ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଥ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭୋଟ ଦେବା ଆମ ସମସ୍ତଙ୍କ ଅଧିକାର ଓ କର୍ତ୍ତବ୍ୟ। ତେଣୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୪ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ନାଗରିକ ସଚେତନ ହୋଇ ନିର୍ବାଚନ ପ୍ରକ୍ରିୟା ରେ ସାମିଲ ହୁଅନ୍ତୁ ଓ ଏକ ସୁସ୍ଥ ଗଣତନ୍ତ୍ର ରାଷ୍ଟ୍ର ଗଠନରେ ଅଂଶ ଗ୍ରହଣ କରନ୍ତୁ ବୋଲି ଜିଲାପାଳ ଆହ୍ବାନ କରିଛନ୍ତି।

prayash

ଭିଡ଼ିଓ ଉନ୍ମୋଚନ ଅବସରରେ ଜିଲା ଆରକ୍ଷୀ ଅଧିକ୍ଷକ, ନୀତେଶ ୱାଧୱାନୀ, ଖଣ୍ଡୀୟ ବନ ଅଧିକାରୀ, ପ୍ରତାପ କଟାପଲ୍ଲୀ, ଅତିରିକ୍ତ ଜିଲାପାଳ ତ୍ରିନାଥ ମାଝୀ ଓ ଜିଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ ଜିଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ଃ ଖେମୁଣ୍ଡୁ ସମସ୍ତଙ୍କୁ ସ୍ଵାଗତ ଜଣାଇ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର ଗୁରୁତ୍ଵ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।ସେହିପରି ସ୍ଥାନୀୟ ବ୍ଳକ୍ ପଡ଼ିଆଠାରେ ଜିଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ ଜିଲାପାଳ, ଡ.ଖେମୁଣ୍ଡୁ, ସିଡ଼ିଏମଓ, ଡା.ପ୍ରଫୁଲ୍ଲ କୁମାର ନନ୍ଦ, ଏସଡିପିଓ, ସଚିନ ପଟେଲଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲାପାଳ, ଶ୍ରୀ ମାଝୀ ସବୁଜ ପତାକା ଦେଖାଇ ୱାକାଥାନର ଶୁଭାରମ୍ଭ କରିଥିଲେ। ଏହି ୱାକାଥନ ବ୍ଲକ ପଡିଆ ଠାରୁ ଆରମ୍ଭ ହୋଇ ବାଲିମେଳା ଛକ ପର୍ଯ୍ୟନ୍ତ ହୋଇଥିଲା।

ଏହି ବିଶାଳ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଯୁବକ ଯୁବତୀ, ବିଏଲଓ, ଦିବ୍ୟାଙ୍ଗ, କିନ୍ନର, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି ଅଂଶଗ୍ରହଣ କରିଥିଲେ। ପଥ ଉତ୍ସବରେ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧୀୟ ବିଷୟବସ୍ତୁ ନେଇ ବିଭିନ୍ନ ସଚେତନତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସ୍ପଟ୍ ଭୋଟର ପଞ୍ଜୀକରଣ ପାଇଁ କିଓସ୍କ, ରଙ୍ଗୋଲି, ମାର୍ଶାଲ ଆର୍ଟ, ସ୍କେଟିଂ ଏବଂ ତୀରନ୍ଦାଜୀ ଅନ୍ୟାନ୍ୟ ପ୍ରମୁଖ ଆକର୍ଷଣ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝଡିଆ, ମାଲକାନଗିରି ପୂର୍ବତନ ତହସିଲଦାର ସୟଦ ସବୀର ସା ଏବଂ ଅନ୍ୟାନ୍ୟ ଜିଲା ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲା ନିର୍ବାଚନ ବିଭାଗର କର୍ମଚାରୀ ଓ ପଥ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶ୍ରେଷ୍ଠ ଦଳଙ୍କୁ ସମ୍ମାନୀତ କରାଯାଇଥିଲା।

Comments are closed.