www.samajalive.in
Sunday, December 7, 2025
23.1 C
Bhubaneswar

କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ମାଛ ଜାଆଁଳ ବିତରଣ

ମାଲକାନଗିରି: ମାଲକାନଗିରି ଜିଲା କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଆଦିବାସୀଙ୍କ ଜୀବନ ଜୀବିକା ଓ ଆର୍ଥିକ ଉନ୍ନତି ପାଇଁ ମାଛ ଜାଆଁଳ ବିତରଣ କରାଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ଆତିଶ ମହେନ୍ଦ୍ର ମାନେଙ୍କ ନେତୃତ୍ୱରେ ମାଲକାନଗିରି ବ୍ଲକ ପେଡ଼ାକୋଣ୍ଡା, କୋଇଲିପାରି, କୋଇକୋଣ୍ଡା, ଖଡିକାଜୋଡି, କେନ୍ଦୁଗୁଡା, ଗୋରେଗୁଡା, କୋଟେଲିଗୁଡା ଗ୍ରାମଗୁଡ଼ିକରେ ବସବାସ କରୁଥିବା ଆଦିବାସୀ ମତ୍ସ୍ୟ ଚାଷୀମାନଙ୍କୁ ବିଭିନ୍ନ କିସମର ମତ୍ସ୍ୟ ଜାଆଁଳ ବିତରଣ କରାଯାଇଛି। ବର୍ତମାନ ବର୍ଷା ଋତୁ ଶେଷ ହୋଇଥିବାରୁ ଚାଷୀମାନଙ୍କ ପୋଖରୀଗୁଡିକରେ ଜଳପୂର୍ଣ୍ଣ ହୋଇଛି। ଏହି ସମୟରେ ଜାଆଁଳ ଛାଡିଲେ ଆସନ୍ତା ବର୍ଷକୁ ଜାଆଁଳଗୁଡିକ ଓଜନ ବୃଦ୍ଧି ପାଇବା ସହ ବଜାରରେ ଏହାର ଚାହିଦା ଏବଂ ମୂଲ୍ୟ ବୃଦ୍ଧି ପାଇବ, ଯାହାଫଳରେ ଅନୁସୂଚିତ ଜନଜାତି ମତ୍ସ୍ୟ ଚାଷୀମାନେ ଅଧିକ ଲାଭବାନ ହେବା ସହ ସେମାନଙ୍କ ଆର୍ଥିକ ମାନଦଣ୍ଡର ଉନ୍ନତି ହେବ ବୋଲି କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଏପରି ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ଜିଲାର ଅନ୍ୟାନ୍ୟ ବ୍ଲକରେ ମଧ୍ୟ ମତ୍ସ୍ୟଚାଷୀମାନଙ୍କୁ ମାଛ ଜାଆଁଳ ମାଗଣାରେ ପ୍ରଦାନ କରାଯିବ ବୋଲି ବୈଜ୍ଞାନିକ ଆତିଶ ପ୍ରକାଶ କରିଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories