www.samajalive.in
Monday, December 8, 2025
14.1 C
Bhubaneswar

ମାଲକାନଗିରି ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ

ମାଲକାନଗିରି : ମାଲକାନଗିରି ୟୁନିଅନ ଅଫ୍‍ ଜର୍ନାଲିଷ୍ଟ (ଏମ୍‍.ୟୁ.ଜେ.)ର କର୍ମକର୍ତା ଚୟନ ହୋଇ ଯାଇଛିା ବରିଷ୍ଠ ସାମ୍ବାଦିକ ଭାସ୍କର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟାରେ ଶ୍ରୀ ବେହେରା ଓ ସମ୍ପାଦକ ଜିତେନ୍ଦ୍ର ବେଉରାଙ୍କ ଚାରିବର୍ଷ କାର୍ଯ୍ୟକାଳ ମଧ୍ୟରେ ନୂତନ ସଂଘ ଗୃହ ନିର୍ମାଣ କରିବା ସହ ସଂଘର ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିବା ନେଇ ସଂଘର ସମସ୍ତ ସଦସ୍ୟ ସାଧୁବାଦ ଜଣାିଥିଲୋ ତେବେ ଓ.ୟୁ.ଜେ. ନିବନ୍ଧିତ ମାଲକାନଗିରି ସାମ୍ବାଦିକ ସଂଘର ଚାରିବର୍ଷ କାର୍ଯ୍ୟକାଳ ପୂରଣ ହୋଇଥିବାରୁ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତା ଚୟନ କରା ଯାଇଥିଲ।। ସଭାପତି ଭାବେ ଗୋପିକୃଷ୍ଣ ପଟ୍ଟନାୟକ, ଉପସଭାପତି ଭାବେ ଦେବବ୍ରତ ସାନା, ସାଧାରଣ ସମ୍ପାଦକ ଭାବେ ଦେବପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଭାବେ ସତ୍ୟନାରାୟଣ ପଣ୍ଡା, ଅଶୋକ କୁମାର ମିଶ୍ର, କୋଷାଧ୍ୟକ୍ଷ ଭାବେ କାମରାଜ ଜେନା, ପରାମର୍ଶଦାତା ଭାବେ ସୁଧାକର ଦାସ, ଜିତେନ୍ଦ୍ର ବେଉରା, ପ୍ରସାଦ ନାୟକ, ଶିବପ୍ରସାଦ କିର୍ତନିଆ, ଓ ଇଶ୍ୱର ପଟ୍ଟନାୟକ, ପ୍ରେମେନ୍ଦ୍ର ପରିଛାଙ୍କୁ ଚୟନ କରା ଯାଇଥିବା ବେଳେ ବ୍ଲକ ସ୍ତରୀୟ ସଂଯୋଜକ ଭାବେ କାଲିମେଳା ଦୁଶାସନ ମହାପାତ୍ର, ମାଥିଲିର ଶରତ ଚନ୍ଦ୍ର ମହାରଣା, ଖଇରପୁଟର ପ୍ରତାପ ମିଶ୍ର, ଚିତ୍ରକୋଣ୍ଡାର ରତ୍ନାକର ପ୍ରଧାନ, କୋରୁକୋଣ୍ଡାର ଜଦୁପତି ମହାନ୍ତିଙ୍କୁ ମନୋନୀତ କରାଯାଇଛିା

image courtesy – Daily Post

ତେବେ ମାଲକାନଗିରି ସଂଘ ଗଠନ ସହ ଏହାର ଅଭିବୃଦ୍ଧି କ୍ଷେତ୍ରରେ ସାମ୍ବାଦିକ ଭାସ୍କର ବେହେରାଙ୍କ ବହୁ ଗୁରୁତ୍ୱପୂର୍ଣ ଭୁମିକା ରହିଥିବାରୁ ଆଗାମୀ ଦିନରେ ତାଙ୍କ ମାର୍ଗ ଦର୍ଶନରେ ସଂଘ କାର୍ଯ୍ୟ କରିବ ବୋଲି ନିଷ୍ପତି ନିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories