www.samajalive.in
Sunday, December 7, 2025
26.1 C
Bhubaneswar

ବିଜେପି ନେତାଙ୍କ ଶାଳକଙ୍କୁ ଛାଡ଼ି ଦେଇଛି ଏନ୍‌ସିବି: ମାଲିକ

ମୁମ୍ବଇ: ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ତଥା ବରିଷ୍ଠ ଏନ୍‌ସିପି ନେତା ନୱାବ ମାଲିକ ଆର୍ଯ୍ୟନ୍‌ ଖାଁଙ୍କ ମାଦକ ପାର୍ଟି ମାମଲାରେ ଶୁକ୍ରବାର ଆଉ ଏକ ବିସ୍ଫୋରକ ସୂଚନା ଦେଇଛନ୍ତି। ଜଣେ ବରିଷ୍ଠ ବିଜେପି ନେତାଙ୍କ ଶାଳକଙ୍କୁ ଏହି ମାମଲାରୁ ଏନ୍‌ସିବି ଛାଡ଼ି ଦେଇଥିବା ସେ ଦାବି କରିଛନ୍ତି। ଶନିବାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମ୍ପୃକ୍ତ ବିଜେପି ନେତା ଓ ତାଙ୍କ ଶାଳକଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବେ ବୋଲି ମାଲିକ ଘୋଷଣା କରିଛନ୍ତି। ଇତିମଧ୍ୟରେ ଆୟକର ବିଭାଗ ପକ୍ଷରୁ ବରିଷ୍ଠ ଏନ୍‌ସିପି ନେତା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଛି। ଏହି ଚଢ଼ଉର ଦିନକ ପରେ ମାଲିକ ଏପରି ଆକ୍ରମଣ ଆରମ୍ଭ କରିଛନ୍ତି।

ମାଲିକ ଏବେ ଏନ୍‌ସିବି ବିରୋଧରେ ନୂଆ ଅଭିଯୋଗ ଆଣିଛନ୍ତି ଯେ ଏନ୍‌ସିବି ମୁଖ୍ୟ ସମୀର ୱନ୍‌ଖେଡେ ଚଢ଼ଉ ପରେ ପରେ ୮ରୁ ୧୦ ଜଣଙ୍କୁ ଧରାଯାଇଥିବା କହିଥିଲେ। ଏବେ ୮ଜଣଙ୍କୁ ଧରି କାରାଗାରରେ ଭର୍ତ୍ତି କରିଥିବାବେଳେ ଆଉ ଦୁଇ ଜଣ କୁଆଡ଼େ ଗଲେ ? ଯେଉଁ ଦୁଇ ଜଣଙ୍କୁ ୱାନ୍‌ଖେଡେ ଛାଡ଼ି ଦେଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ ବରିଷ୍ଠ ବିଜେପି ନେତାଙ୍କ ଶାଳକ ଅଛନ୍ତି। ବିଜେପି ଚାପରେ ଏନ୍‌ସିବି ମାଦକ ପାର୍ଟି ନାଟକ ମଞ୍ଚସ୍ଥ କରିଛି ଏବଂ ଏହା ସାମ୍ପ୍ରତିକ ଘଟଣାରୁ ସ୍ପଷ୍ଟ ବୋଲି ସେ କହିଛନ୍ତି। ଅପରପକ୍ଷରେ ଆର୍ଯ୍ୟନ୍‌ଙ୍କ ମାଦକ ପାର୍ଟି ଉପରେ ଏନ୍‌ସିବି ଚଢ଼ଉ ବେଳେ ଓ ଏନ୍‌ସିବି କାର୍ଯ୍ୟାଳୟରେ ଅଭିଯୁକ୍ତଙ୍କ ସହ ବିଜେପି ନେତାଙ୍କ ଉପସ୍ଥିତି ନେଇ ମାଲିକ ଦୁଇ ଦିନ ପୂର୍ବେ ଯେଉଁ ପ୍ରଶ୍ନ ଉଠାଇଥିଲେ ସେ ନେଇ ମାଲିକଙ୍କ ବିରୋଧରେ ସମ୍ପୃକ୍ତ ଦୁଇ ନେତା କେପି ଗୋସାବି ଓ ମନୀଷ ବଂଶୁଆଲି ମାନହାନି ମକଦ୍ଦମା ଧମକ ଦେଇଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories