ଲାଲ୍‍ ତାରକା ମାଳଦା ରଙ୍ଗା ରାଓଙ୍କ ପରଲୋକ

0

ଚେନ୍ନଇ : ବରିଷ୍ଠ ଟଲିଉଡ ଅଭିନେତା ଓ ନିର୍ଦେଶକ ମାଳଦା ରଙ୍ଗା ରାଓଙ୍କ ରବିବାର ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ୨୦୧୭ରେ ହୃଦଘାତ ଘଟିବା ପରଠାରୁ ନିର୍ଦେଶକ ମାଳଦା ରଙ୍ଗା ରାଓ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିଲେ। ନିର୍ଦେଶକ ମାଳଦା ରଙ୍ଗା ରାଓ ନିଜର ବିପ୍ଳମାତ୍ମକ ଚଳଚ୍ଚିତ୍ର ପାଇଁ ସମଗ୍ର ଚଳଚ୍ଚିତ୍ର ଜଗତରେ ନିଜର ଏକ ସତ୍ୱନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ନିର୍ଦେଶକ ରାଓ ଟଲିଉଡର ଲାଲ ତାରକା ରୂପେ ପରିଚିତ। ସେ ବାମପନ୍ଥୀ ଚିନ୍ତାଧାରା ଦ୍ୱାରା ପ୍ରେରିତ ହୋଇ ଏହା ଉପରେ ଅନେକ ଚଳଚ୍ଚିତ୍ର କରିଛନ୍ତି। ମାତ୍ର ସେ ନକ୍ସଲମାନଙ୍କୁ ସହଯୋଗ କରନ୍ତି ନାହିଁ ବୋଲି ସବୁ ସମୟରେ କାହିଆସିଛନ୍ତି।
୧୯୭୪ ମସିହାରେ ନିର୍ଦେଶକ ରାଓ ଚଳଚ୍ଚିତ୍ର ଜୀବନ ଆରମ୍ଭ ପୂର୍ବକ ଏକ ପ୍ରଯୋଜନା ସଂସ୍ଥା ଖୋଲିଥିଲେ। ସେ ୟୁବାଥରମ କାଡିଲିଣ୍ଡି, ଏରା ମାଲୋଉ, ମହାପାର୍ଥନମ, ପ୍ରଜାଶକ୍ତି, ବୀରା ଭଦ୍ରୁଦୁ, ସ୍ୱରାଜ୍ୟମ, ମାରୋ କୁରୁକ୍ଷେତ୍ରନମ, ଏବଂ ୟେରା ସୁରାଡୁ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ନିର୍ଦେଶକ ରାଓଙ୍କ ମୃତ୍ୟୁରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ , ରାଜନେତା ୟାଇ.ଏସ.ଜଗନ ମୋହନ ରେଡ୍ଡ୍‍ୀ ଶୋକବ୍ୟକ୍ତ କରିଛନ୍ତି। ସେହିପରି ଅଭିନେତା ଓ ଅଭିନେତ୍ରୀମାନେ ଶୋକ ପ୍ରକାଶ କରିଛନ୍ତି।

Leave A Reply