www.samajalive.in
Sunday, December 7, 2025
16.1 C
Bhubaneswar

ରାଜ୍ୟର ଏକମାତ୍ର ଜାତୀୟ ମ୍ୟାଲେରିଆ ଗବେଷଣା କେନ୍ଦ୍ର ବନ୍ଦ ହେବ!

ରାଉରକେଲା: ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ୩୨ବର୍ଷ ଧରି ରାଉରକେଲା ସହରରେ କାର୍ଯ୍ୟକ୍ଷମ ଥିବା ରାଜ୍ୟର ଏକମାତ୍ର ମ୍ୟାଲେରିଆ ଗବେଷଣା କେନ୍ଦ୍ରକୁ ବନ୍ଦ୍‍ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଏଠାରେ ଥିବା ଜଣେ ଭାରପ୍ରାପ୍ତ ଅଧିକାରୀ, ଡ୍ରାଇଭର,ଜଗୁଆଳି ଓ ମାତ୍ର କେତଜଣ କର୍ମଚାରୀଙ୍କ ଛାଡ଼ି ଅନ୍ୟ ୧୮ ଜଣ କର୍ମଚାରୀଙ୍କୁ ରାଂଚିରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଥିବା କେନ୍ଦ୍ରକୁ ବଦଳି କରାଯାଯଇଛି। ଏହି କେନ୍ଦ୍ରକୁ ରାଂଚିରେ ଥିବା ଜାତୀୟ ମ୍ୟାଲେରିଆ ଗବେଷଣା କେନ୍ଦ୍ରରେ ରାଉରକେଲା ଫିଲ୍‍ଡ ୟୁନିଟର ସମିଶ୍ରଣ ପାଇଁ ଆଇସିଏମଆର ନିର୍ଦ୍ଦେଶକଙ୍କ ପ୍ରଶାସନିକ ଅଧିକାରୀ ଯୋଗେଶ କୁମାରଙ୍କ ୨୧ତାରିଖରେ କରାଯାଇଥିବା ପତ୍ର ଏହି ସମ୍ଭାବନାକୁ ଅଧିକ ସ୍ପଷ୍ଟ କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୮୬ ମସିହାରେ ଡିସେମ୍ବର ୧ ତାରିଖରେ ଏହି କେନ୍ଦ୍ର ବ୍ରହ୍ମପୁର ଠାରେ ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତୀ ଅବସ୍ଥାରେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାର ମ୍ୟାଲେରିଆର ପ୍ରକୋପରୁ ମୃତ୍ୟୁହାର ଚିନ୍ତାର କାରଣ ହୋଇଥିବା ବେଳେ ୧୯୮୮ ମସିହାରେ ଇସ୍ପାତ ସହରକୁ ଏହି କେନ୍ଦ୍ର ସ୍ଥାନାନ୍ତରିତ ହୋଇଥିଲା। ପ୍ରାଥମିକ ଅବସ୍ଥାରେ ଆରଏସପିର ଏକ ଘରେ ଏହି କେନ୍ଦ୍ର ଆରମ୍ଭ ହେବା ସହିତ ମ୍ୟାଲେରିଆ ଗବେଷଣା ଓ ପରୀକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା।

- Advertisement -

୨୦୦୨ରେ ସେକ୍ଟର-୫ରେ ଏକ ପୂର୍ଣ୍ଣାଙ୍ଗ ବ୍ୟବସ୍ଥାରେ ଏହା ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ଏହା ସେହିଠାରେହିଁ କାର୍ଯ୍ୟ କରୁଛି। ସମଗ୍ର ଓଡ଼ିଶାର ବିଭିନ୍ନ ଅଂଚଳ ପରିଦର୍ଶନ କରି କେନ୍ଦ୍ରର କର୍ମଚାରୀ ମ୍ୟାଲେରିଆର ସ୍ଥିତିର ଅନୁଧ୍ୟାନ ଓ ଗବେଷଣା କରିବା ସହିତ ଏହାର ନିରାକରଣ ପାଇଁ ପଦକ୍ଷେପ ନେଇଥାନ୍ତି। ମ୍ୟାଲେରିଆର ବିଭିନ୍ନ ଦିଗ ଉପରେ ଗବେଷଣା ଓ ଅନୁଧ୍ୟାନ କାର୍ଯ୍ୟ ବିଭାଗ ପକ୍ଷରୁ କରାଯାଉଛି। ଉଲ୍ଲେଖନୀୟ କଥା ହେଲା ମ୍ୟାଲେରିଆ ପ୍ରବଳ ସୁନ୍ଦରଗଡ଼ ଜିଲାର ଗ୍ରାମାଂଚଳର ଲୋକେ ଏଠାରେ ଥିବା କ୍ଲିନିକରେ ମାଗଣାରେ ପରୀକ୍ଷା କରିବାର ସୁବିଧା ପାଇଥାନ୍ତି। ଏହା ସହିତ ମ୍ୟାଲେରିଆ ଚିହ୍ନଟ ହେଲେ ସେମାନଙ୍କୁ କେନ୍ଦ୍ର ପକ୍ଷରୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥାଏ। ବିଭାଗର ପରିସଂଖ୍ୟାନ ଅନୁଯାୟୀ ୨୦୧୨ରୁ ୨୦୨୦ ମଧ୍ୟରେ କ୍ଲିନିକରେ ପରୀକ୍ଷା ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ବର୍ଷକୁ ୮ରୁ ୧୦ ହଜାର ପରୀକ୍ଷା କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ୨୦୨୦ରୁ ୨୦୨୧ କରୋନା କାଳରେ ଏହି ପରୀକ୍ଷା ସଂଖ୍ୟା ହ୍ରାସ ପାଇଛି। ସୁବଠାରୁ ବଡ଼ କଥା ହେଉଛି ଏବେି ଜିଲାର ଗ୍ରାମାଂଚଳ ବିଶେଷକରି ବଣାଇ ଉପଖଣ୍ଡରେ ମ୍ୟାଲେରିଆର ପ୍ରଭାବ ଜାରି ରହିଛି। ମ୍ୟାଲେରିଆ ପ୍ରବଣ ଅଂଚଳର ଗରିବ ଅଧିବାସୀଙ୍କ ପାଇଁ ଏହି କେନ୍ଦ୍ରର ଆବଶ୍ୟକତା ରହିଛି। ମ୍ୟାଲେରିଆର ପରୀକ୍ଷା ମାଗଣାରେ କରିବା ସହିତ ଆବଶ୍ୟକ ସୁବିଧା ମଧ୍ୟ ପାଇପାରିବେ। ଏଭଳି ସ୍ଥିତିରେ ରାଉରକେଲାରେ ଥିବା ଓଡ଼ିଶାର ଏହି ଏକମାତ୍ର ଜାତୀୟ ଗବେଷଣା କେନ୍ଦ୍ର ଉଠିଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବା ଜନସାଧାରଣଙ୍କୁ ନିରାଶ କରିଛି। ତେବେ ଏଠାରେ ଥିବା ଭାରପ୍ରାପ୍ତ ଅଧିକାରୀ କେନ୍ଦ୍ର ବନ୍ଦ୍‍ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ। ରାଜ୍ୟ ସରକାର ଏହାକୁ ଗୁରୁତର ସହିତ ଗ୍ରହଣ କରି ବିଭାଗୀୟ ସଂସ୍ଥା ସହିତ ସମନ୍ୱୟ ରଖି ରାଉରକେଲାରେ ଏହାକୁ ପୂର୍ବପରି ଚାଲୁ ରଖିବା ପାଇଁ ଦାବି ହେଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories