ଯନ୍ତ୍ରୀ ଓ ଠିକା କର୍ମଚାରୀଙ୍କୁ ସୀମାନ୍ତରେ ଅପହୃତ କଲେ ମାଓବାଦୀ
ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ନିଟକବର୍ତ୍ତି ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଯନ୍ତ୍ରୀ ଓ ଠିକା କମ୍ପାନୀର କର୍ମଚାରୀଙ୍କୁ ଅପହରଣ କରି ନେଇଯାଇଛନ୍ତି। ସ୍ଥାନୀୟ ଇନ୍ଦ୍ରାବତୀ ନଦୀରେ ଏକ ନିର୍ମାଣ ଧୀନ ଏକ ପୋଲର ସମୀକ୍ଷା କରିବାକୁ ଯାଇ ଥିବା ଯନ୍ତ୍ରୀ ଅଶୋକ ପାୱାରଙ୍କୁ ପ୍ରାୟ ଦଶ ଜଣ ମଓବାଦୀ ଆସି ଜୋର ଜବରଦସ୍ତ ଅପହରଣ କରି ନେଇ ଯିବା ସହ ଅନ୍ୟ ଜଣେ କର୍ମଚାରୀଙ୍କୁ ମଧ୍ୟ ସାଙ୍ଗରେ ନେଇଯାଇ ଥିଲେ। ତେବେ ପୁର୍ବରୁ ଏହି ପୋଲ ନିର୍ମାଣକୁ ମାଓବାଦୀ ମାନେ ବିରୋଧ କରିଥିଲେ। ପୁଲିସ ସୁରକ୍ଷାରେ ଏଠାରେ ପୋଲ ନିର୍ମାଣ ହେଉଥିଲା। ତେବେ ଆଜି ସୁରକ୍ଷା ପାଇଁ ପୁଲିସ ବିଳମ୍ବରେ ପହଞ୍ଚି ଥିବାରୁ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇ ଥିବା ଅନୁମାନ କରାଯାଉଛି।ଏହି ଘଟଣାର ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
Comments are closed.