www.samajalive.in
Monday, December 8, 2025
14.1 C
Bhubaneswar

ଗୋପବନ୍ଧୁ ଚିକିତ୍ସାଳୟରେ ମକର ଉତ୍ସବ

ଗୁରୁଡ଼ିଝାଟିଆ: ମାଧବପୁରସ୍ଥିତ ଗୋପବନ୍ଧୁ ନର୍ସିଂ କଲେଜ ପକ୍ଷରୁ ଆଧ୍ୟାତ୍ମିକ କେନ୍ଦ୍ର ପରିସରରେ ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି। ଅନ୍ତେବାସୀ ବିଦ୍ୟାର୍ଥୀ ଗୋପବନ୍ଧୁ ଚିକିତ୍ସାଳୟର କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳର ମୁରବୀ ପ୍ରମୁଖ ଉପସ୍ଥିତ ରହି ମକର ଉତ୍ସବ ପାଳନ କରିଥିଲେ। ନର୍ସିଂ କଲେଜ ଓ ଗୋପବନ୍ଧୁ ଚିକିତ୍ସାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ଉପସ୍ଥିତ ରହି ଆମ ସଂସ୍କୃତି ଓ ପରମ୍ପରା ବ୍ୟବସ୍ଥାରେ ମକର ସଂକ୍ରାନ୍ତିର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ଆଧ୍ୟାତ୍ମିକ ପରିସରସ୍ଥ ବିରାଜମାନ ଦିଅଁ ଶ୍ରୀଚନ୍ଦ୍ରଶେଖର, ହନୁମାନଜୀ, ମହାନୀଳସରସ୍ୱତୀ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀରାମ, ଲକ୍ଷ୍ମଣ, ସୀତାଦେବୀ ଓ ଲକ୍ଷ୍ମୀନାରାୟଣଙ୍କ ନିକଟରେ ମକର ଭୋଗ ଅର୍ପଣ ପରେ ଉପସ୍ଥିତ ବିଦ୍ୟାର୍ଥୀ ଓ ଆଗନ୍ତୁକ ଅତିଥିମାନଙ୍କୁ ଭୋଗ ପ୍ରଦାନ କରାଯାଇଥିଲା।

 

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories