www.samajalive.in
Monday, December 15, 2025
24.1 C
Bhubaneswar

ପୁଣି ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଚେନ୍ନଇ ଫେରିଲା ମଦୁରାଇ ଯାଉଥିବା ଇଣ୍ଡିଗୋ ବିମାନ

ଚେନ୍ନଇ: ମଦୁରାଇ ଯାଉଥିବା ଏକ ଘରୋଇ ବିମାନ କମ୍ପାନୀର ବିମାନରେ ଶୁକ୍ରବାର ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏହି କାରଣରୁ ଏହାକୁ ଚେନ୍ନଇ ଫେରିବାକୁ ପଡ଼ିଥିଲା। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ, ପ୍ରାୟ ଅଧ ଘଣ୍ଟା ଉଡ଼ାଣ ପରେ ଇଣ୍ଡିଗୋ ଏୟାରଲାଇନ୍ସର ପାଇଲଟ୍ ବିମାନଟି ତ୍ରୁଟି ଜାଣିପାରିଥିଲେ ଏବଂ ଚେନ୍ନଇ ଫେରିବା ଓ ଅବତରଣ ପାଇଁ ଅନୁମତି ମାଗିଥିଲେ। ଏହାପରେ ପ୍ରାୟ ୬୮ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ପରେ ଏଠାରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏ ବିଷୟରେ ଇଣ୍ଡିଗୋ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଏହା ପୂର୍ବରୁ ଜୁନ୍ ୧୭ ତାରିଖରେ କେରଳର କୋଚିରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ ୬ଇ-୨୭୦୬କୁ ନାଗପୁରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ବିମାନକୁ ବୋମା ଧମକ ମିଳିବା ପରେ ସତର୍କତାମୂଳକ ପଦକ୍ଷେପସ୍ଵରୂପ ଏଭଳି ନିଷ୍ପତ୍ତି ନିଆଯାଇଥିଲା।

- Advertisement -

ସୂଚନାଯୋଗ୍ୟ, ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରଠାରୁ ଲଗାତର ଭାବେ ଏୟାର ଇଣ୍ଡିଆ ସମେତ ଅନ୍ୟ ଏୟାରଲାଇନ୍ସର ଏକାଧିକ ବିମାନରେ ଯାନ୍ତ୍ରିତ ତ୍ରୁଟି ଖବର ସାମ୍ନାକୁ ଆସୁଛି, ଯାହାକୁ ନେଇ ଲୋକେ ବିମାନ ଯାତ୍ରାକୁ ଅସୁରକ୍ଷିତ ମଣିବାସହ ଯାତ୍ରା କରିବାକୁ ଭୟ କରୁଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories