www.samajalive.in
Monday, December 15, 2025
24.1 C
Bhubaneswar

ମା’ଲକ୍ଷ୍ମୀଙ୍କ ପ୍ରସନ୍ନତା ପାଇଁ ଜାଣନ୍ତୁ ଏହି ବାରର ମହତ୍ତ୍ୱ ଓ ଉପାୟ

ମା’ଲକ୍ଷ୍ମୀଙ୍କୁ ଐଶ୍ୱର୍ଯ୍ୟ , ବୈଭବ ଓ ଧନସମ୍ପତ୍ତିର ଦେବୀ ବୋଲି କୁହାଯାଏ। ସାଧାରଣତଃ ଗୁରୁବାର ମା’ଙ୍କ ବାର ଓ ଏହି ଦିନ ପୂଜାର୍ଚ୍ଚନା କଲେ ମା’ଙ୍କ କୃପା ପ୍ରାପ୍ତି ହୋଇଥାଏ ବୋଲି ସଭିଏଁ ଜାଣନ୍ତି। ମାତ୍ର ପୌରାଣିକ ମାନ୍ୟତା ଅନୁଯାୟୀ, ଶୁକ୍ରବାର ଦିନ ମଧ୍ୟ ସଠିକ ବିଧିବିଧାନ ସହ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ ଆଶୀର୍ବାଦ ଓ ବିଶେଷ କୃପା ମିଳିଥାଏ। ଜାଣନ୍ତୁ ଶୁକ୍ରବାର ମା’ଙ୍କୁ ପୂଜାର କରିବାର ବିଧି….
ଶୁକ୍ରବାର ଦିନ ମା’ଙ୍କ ଶ୍ରୀଯନ୍ତ୍ରକୁ ଗାଈ କ୍ଷୀରରେ ଅଭିଷେକ କରନ୍ତୁ। ଅଭିଷେକ କରିଥିବା କ୍ଷୀରକୁ ଗୃହରେ ସମସ୍ତ କକ୍ଷରେ ଛିଞ୍ଚନ କରନ୍ତୁ। ଏପରି କରିବା ଦ୍ୱାରା ଘରର ଦରିଦ୍ରତା ଦୂର ହୋଇଥାଏ, ଘରେ ସୁଖସମୃଦ୍ଧି, ଧନ ବୃଦ୍ଧି ହୋଇଥାଏ।
ମା’ଲକ୍ଷ୍ମୀଙ୍କୁ ହରପ୍ରିୟା ମଧ୍ୟ କୁହାଯାଏ। ମା’ଙ୍କୁ ପୂଜା କରିବା ସମୟରେ ପ୍ରଭୁ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଏହାସହ ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭର୍ତ୍ତି କରି ପ୍ରଭୁ ବିଷ୍ଣୁଙ୍କୁ ଅଭିଷେକ କରିବା ଦ୍ୱାରା ମଧ୍ୟ ଆଶୀର୍ବାଦ ମିଳିଥାଏ ଓ ଦୁର୍ଭାଗ୍ୟ ଦୂର ହୋଇଥାଏ।
ଶୁକ୍ରବାର ଗୃହର ଐଶାନ୍ୟ କୋଣରେ ସନ୍ଧ୍ୟା ସମୟରେ ଘିଅର ଦୀପ ଲଗାନ୍ତୁ। ମାତ୍ର ଦୀପରେ ବ୍ୟବହାର କରୁଥିବା ସଳିତା ଲାଲ କିମ୍ବା ହଳଦିଆ ରଙ୍ଗର ହେବା ଉଚିତ।
ମା’ଲକ୍ଷ୍ମୀଙ୍କୁ କ୍ଷୀର ଜାତୀୟ ଦ୍ରବ୍ୟ ଖୁବ ପସନ୍ଦ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ତେଣୁ ମା’ଙ୍କ ନିକଟରେ ଶୁକ୍ରବାର ଖିରୀ ଭୋଗ କରନ୍ତୁ ଓ ନିଜ ଇଚ୍ଛା ଓ ସାମର୍ଥ୍ୟ ଅନୁଯାୟୀ ଏହି ଦିନ କିଛି କନ୍ୟାଙ୍କୁ ଭୋଜନ ଓ ଦକ୍ଷିଣା ପ୍ରଦାନ କରନ୍ତୁ। ଏପରି କରିବା ଦ୍ୱାରା ଗୃହରେ କଦାପି ଧନର ଅଭାବ ରହିବ ନାହିଁ।
ହିନ୍ଦୁ ଧର୍ମରେ ଦାନର ଖୁବ ମହତ୍ତ୍ୱ ରହିଛି। ଶୁକ୍ରବାର ଦିନ ଅସହାୟଙ୍କୁ ଧଳା ରଙ୍ଗର ବସ୍ତୁ ଓ ଖାଦ୍ୟପଦାର୍ଥ ଦାନ କରନ୍ତୁ। ଗାଈଙ୍କୁ ମଧ୍ୟ ଭୋଜନ କରାନ୍ତୁ। ଏହା ଖୁବ ଶଭୁଫଳ ପ୍ରଦାନ କରିଥାଏ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories