www.samajalive.in
Wednesday, December 10, 2025
14.1 C
Bhubaneswar

ବିଜେପି-ଶିବସେନା କଳି; ସମାଧାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀ ଦାବି କଲେ କୃଷକ

ମୁମ୍ବଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ବିଜେପି ଏବଂ ଶିବସେନା ମେଣ୍ଟ ସରକାର ଗଢ଼ିବାକୁ ଚାହୁଁଥିଲେ ହେଁ ଉଭୟ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ସମେତ ଆଉ କେତେକ କ୍ଷମତା ବଣ୍ଟନକୁ ନେଇ ବିବାଦ ଛିଣ୍ଡୁ ନ ଥିବାରୁ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଏହା ଭିତରେ ଜଣେ କୃଷକ ମୁଖ୍ୟମନ୍ତ୍ରୀ ହେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ବିଜେପି ଏବଂ ଶିବସେନା ମଧ୍ୟରେ ଲାଗିଥିବା ବିବାଦର ସମାଧାନ ହେବା ଯାଏ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି କୃଷକ ଜଣକ ହେଉଛନ୍ତି ବୀଡ୍‌ ଜିଲା ଅନ୍ତର୍ଗତ ବାଦମୁଳି ଅଞ୍ଚଳର ଶ୍ରୀକାନ୍ତ ବିଷ୍ଣୁ ଗାଦଲ। ସେ ଏ ସମ୍ପର୍କରେ ବୀଡ୍‌ ଜିଲାପାଳଙ୍କୁ ଚିଠି ଲେଖି ମଧ୍ୟ ଜଣାଇଛନ୍ତି।

ସେ ଚିଠିରେ ଲେଖିଛନ୍ତି, ବିଜେପି-ଶିବସେନା ମଧ୍ୟରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରୁ ନାହିଁ ଯେ କିଏ ମୁଖ୍ୟମନ୍ତ୍ରୀ ହେବ। ନିର୍ବାଚନ ପୂର୍ବରୁ ଏହାକୁ ନେଇ ଦୁଇ ଦଳ ମଧ୍ୟରେ ମତଭେଦ ଲାଗିରହିଛି। ଫଳାଫଳ ପ୍ରକାଶ ପାଇବା ପରେ ବିବାଦ ତେଜିବାରେ ଲାଗିଛି। ଅଦିନିଆ ବର୍ଷା ଯୋଗୁ ରାଜ୍ୟରେ ଫସଲ ଅମଳ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ଚାଷୀମାନେ ଉତ୍ତେଜିତ ହୋଇ ରହିଛନ୍ତି। ଚାଷୀମାନେ ଯେତେବେଳେ ଦୁଃଖଦୁର୍ଦ୍ଦଶାରେ ରହିଛନ୍ତି, ସେତେବେଳେ ଏହି ଦୁଇଦଳ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କଳି କରିବା ସହିତ ଏହି ବିବାଦର ସମଧାନ କରିବାରେ ବିଫଳ ହୋଇଛନ୍ତି। ତେଣୁ ବିବାଦ ସମାଧାନ ହେବା ଯାଏ ରାଜ୍ୟପାଳ ମୋତେ ମୁଖ୍ୟମନ୍ତ୍ରୀ ପଦବୀ ହସ୍ତାନ୍ତର କରିବା ଉଚିତ। ମୁଁ ଚାଷୀମାନଙ୍କ ସମସ୍ୟା ସମାଧାନ କରି ସେମାନଙ୍କୁ ନ୍ୟାୟ ଦେବି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories