www.samajalive.in
Sunday, December 7, 2025
23.1 C
Bhubaneswar

ପୁଣି ଟୋକେଇରେ ବୁହାହେ​ଲେ​‌ ରୋଗୀ

ଏମ୍ ରାମପୁର: ବର୍ତ୍ତମାନ ସମୟରେ ମଧ୍ୟ ଦୁର୍ଗମ ଅଞ୍ଚଳକୁ ଭଲ ରାସ୍ତା ଖଣ୍ଡେ ନାହିଁ। ଫଳରେ ସେଠାକୁ ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇ ରହିଛି। କେତେବେଳେ ଖଟିଆ ତ କେତେବେଳେ ଟୋକେଇରେ ବୁହା ହେଉଛନ୍ତି ରୋଗୀ। କଳାହାଣ୍ଡି ଜିଲା ଏମ୍ ରାମପୁର ବ୍ଲକର ଆଦିବାସୀ ଅଧ୍ୟୁସିତ ଉପାନ୍ତ ଲୁବେନଗଡ଼ ପଞ୍ଚାୟତର ପୁଇଝୁରୀ ଗାଁରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ। ଭଲ ରାସ୍ତା ଖଣ୍ଡେ ନଥିବାରୁ ଗତ ୪ଦିନ ତଳେ ଏହି ଗାଁର ଜଣେ ମହିଳା ରୋଗୀଙ୍କୁ ଖଟିଆରେ ଉରଲାଦାନୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଗାଁ ଲୋକେ ନେଇଥିଲେ। ବୁଧବାର ସକାଳେ ମଧ୍ୟ ଏହି ଗାଁର ଲାଟଲି ମାଝୀ ନାମକ ମହିଳାଙ୍କୁ ଜ୍ୱର ହୋଇଥିଲା। ହେଲେ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିବା ସମ୍ଭବପର ହୋଇନଥିଲା। ତେଣୁ ବାଧ୍ୟହୋଇ ସେହି ଗାଁର କିଛି ଲୋକ ଟୋକେଇ ସାହାଯ୍ୟରେ ରୋଗୀକୁ ନିକଟସ୍ଥ ଉରଲାଦାନୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଭଲ ରାସ୍ତା ଖଣ୍ଡେ ନଥିବାରୁ ଏହି ଗାଁର ଲୋକେ ବାରମ୍ବାର ଏହିଭଳି ଭାବେ ରୋଗୀକୁ ବୋହି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ତେଣୁ ଭଲ ରାସ୍ତା ଖଣ୍ଡେ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories