ଭୁବନେଶ୍ବର : ଅଗ୍ରଣୀ ଚଳଚ୍ଚିତ୍ର ନିର୍ମାଣ ସଂସ୍ଥା ସିଦ୍ଧାର୍ଥ ମ୍ୟୁଜିକ୍ ଓ ସିଦ୍ଧାର୍ଥ ଟିଭି ଦର୍ଶକଙ୍କୁ ନୂଆବର୍ଷ ଅବସରରେ ଭେଟି ଦେଉଛି ନୂଆ ଚଳଚ୍ଚିତ୍ର ‘ଲଭ୍ ଏକ୍ସପ୍ରେସ୍।’ ଚଳିତ ମାସ ୨୮ ତାରିଖ ଶୁକ୍ରବାର ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସୁଛି। ରୋମାଣ୍ଟିକ୍ କମେଡ଼ିରେ ଭରପୂର ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଛନ୍ତି ସିଦ୍ଧାର୍ଥ ମ୍ୟୁଜିକ୍ର ମ୍ୟୁଜିକାଲ ହିଟ୍ ଚଳଚ୍ଚିତ୍ର ‘ଲୈଲା ଓ ଲୈଲା’ର ସୁପରହିଟ୍ ଯୋଡ଼ି ସ୍ବରାଜ ଓ ସନ୍ମିରା। ଓଡ଼ିଶା ମନୋରଞ୍ଜନର ରାଜା ଭାବେ ପରିଚିତ ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦେଶନାରେ ଅଛନ୍ତି ଯୁବ ନିର୍ଦେଶକ ରମେଶ ରାଉତ। ନିଆରା ପ୍ରେମ କାହାଣୀ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ପୂର୍ଣ୍ଣ ମନୋରଞ୍ଜନ ଦେବ ବୋଲି କହିଛନ୍ତି ପ୍ରଯୋଜକ ଶ୍ରୀ ଅଗ୍ରୱାଲ। ୟୁ ଟ୍ୟୁବ୍ରେ ଏହି ଚଳଚ୍ଚିତ୍ରର ଗୀତ ତଥା ଟ୍ରେଲର ଥିବା ସଂଳାପ ‘ପଇସା ନଉଛ ହାଡ଼େ ହାଡ଼େ’ ଓ ‘ଛେଳିମାନଙ୍କର ମେରେଜ୍ ସେସନ୍ ଚାଲିଛି’ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ବୈଦ୍ୟନାଥ ଦାସ ସ୍ବର ସଂଯୋଜନା କରିଥିବାବେଳେ ସଂଳାପ ଲେଖିଛନ୍ତି ଡ. ନିର୍ମଳ ନାୟକ ଓ ସମ୍ପାଦନା କରିଛନ୍ତି ରାଜେଶ ଦାଶ।
ଶୁକ୍ରବାର ପ୍ରେକ୍ଷାଳୟକୁ ଆସିବ ସିଦ୍ଧାର୍ଥ ମ୍ୟୁଜିକ୍ର ୨୪ତମ ଚଳଚ୍ଚିତ୍ର ‘ଲଭ୍ ଏକ୍ସପ୍ରେସ୍’
Popular Categories



