ସାବଧାନ! ଦୀର୍ଘ ସମୟ ବସି ରୁହନ୍ତୁ ନାହିଁ, ହରାଇ ପାରନ୍ତି ସ୍ମରଣ ଶକ୍ତି

0

ଏହା ସମସ୍ତେ ଜାଣନ୍ତି ଯେ ଦୀର୍ଘ ସମୟ ବସିରହିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ୱାରା ଅଣ୍ଟା ବ୍ୟଥା, ମୋଟା ପଣ ଆଦି ବିଭିନ୍ନ ସମସ୍ୟା ବୃଦ୍ଧି ପାଏ। ଏବେ ଏକ ଗବେଷଣାରୁ ଜଣାପଡ଼ିଛି ଦୀର୍ଘ ସମୟ ଧରି ବସି ରହିଲେ ସ୍ମରଣ ଶକ୍ତି ହରାଇବାର ଆଶଙ୍କା ମଧ୍ୟ ରହିଛି। ଆସନ୍ତୁ ଜାଣିବା କଣ କହୁଛି ଗବେଷଣା।
ଗବେଷଣାର ନିଷ୍ପର୍ଷ ଅନୁଯାୟୀ, ପ୍ରାୟତଃ ଅର୍ଦ୍ଧବୟସ୍କ ବ୍ୟକ୍ତିମାନେ ଦୀର୍ଘ ସମୟ ଧରି ବସି ରହିଲେ ସେମାନଙ୍କର ସ୍ମରଣ ଶକ୍ତି ହରାଇବାର ଆଶଙ୍କା ଅଧିକ ଥାଏ। କ୍ୟାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ୪୫ ରୁ ୭୫ ବର୍ଷ ବୟସର ୩୫ ଜଣ ଲୋକଙ୍କୁ ନେଇ ଏହି ଗବେଷଣା କରିଥିଲେ। ଏହି ଲୋକମାନଙ୍କୁ ସେମାନଙ୍କ ଶାରିରୀକ ଗତିବିଧି ଓ ସେମାନେ ପ୍ରତିଦିନ କେତେ ଘଣ୍ଟା ବସି ରୁହନ୍ତି ସେ ସମ୍ପର୍କରେ ପଚରା ଯାଇଥିଲା। ତତ୍‍ସହିତ ସେମାନଙ୍କର ଏମ୍‍ଆରଆଇ ସ୍କାନ୍‍ କରାଯାଇଥିଲା ଯାହା ସ୍ମରଣ ଶକ୍ତି ଏକାଠି ହେଉଥିବା ସ୍ଥାନ (ଏମ୍‍ଟିଏଲ୍‍) ବିଷୟରେ ବିସ୍ତୃତ ବିବରଣୀ ଦେଇଥାଏ।
ଗବେଷଣାର ଫଳାଫଳ –
ଗବେଷଣାରୁ ଜଣାଗଲା ଯେ, ଦୀର୍ଘ ସମୟ ବସିବା ଦ୍ୱାରା ଏମ୍‍ଟିଏଲ୍‍ ପତଳା ହୋଇପାରେ। ଦୀର୍ଘ ସମୟ ଧରି ବସିରହିବାର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଅଧିକ ଶାରିରୀକ ଚଳପ୍ରଚଳ ମଧ୍ୟ ଯଥେଷ୍ଟ ନୁହେଁ। ଏମ୍‍ଟିଏଲ୍‍ ପତଳା ହେବା ଭାବ-ବିଚାରର କ୍ଷମତା କମ୍‍ ହେବାର ସଙ୍କେତ ହୋଇପାରେ ଓ ଏହାଦ୍ୱାରା ବୟସ୍କ ବ୍ୟକ୍ତିମାନଙ୍କ ସ୍ମରଣ ଶକ୍ତି କମିବାର ଆଶଙ୍କା ଅଧିକ ହୋଇଥାଏ।

kalyan agarbati
Leave A Reply