www.samajalive.in
Monday, December 8, 2025
14.1 C
Bhubaneswar

ଗୋଟିଏ ରାତିରେ ୫ଟି ଦୋକାନରୁ ଚୋରି: ପୁଲିସ୍‍ର ତନାଘନା, ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ

ଫୁଲବାଣୀ/ବ୍ରାହ୍ମଣୀଗାଁ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାରରୁ ଗୋଟିଏ ରାତିରେ ୫ଟି ଦୋକାନରୁ ଚୋରି ହୋଇଛି। ଏନେଇ ପୁଲିସ୍‍ ତନାଘନା ଚଳାଇଥିବା ବେଳେ ଅଞ୍ଚଳବାସୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି।

ଅଭିଯୋଗ ଅନୁଯାୟୀ, କେହି ଦୁର୍ବୃତ୍ତ ବିଳମ୍ବିତ ରାତ୍ରିରେ ବ୍ରାହ୍ମଣୀଗାଁ ବଜାର ସ୍ଥିତ ସତ୍ୟନାରାୟଣ ଜୁଏଲେରୀ ଦୋକାନର ତାଲାଭାଙ୍ଗି ପ୍ରାୟ ଅଧା କେଜି ରୁପା ଅଳଙ୍କାର ଲୁଟି ନେଇଥିବା ବେଳେ ନନ୍ଦିନି ନାଗରୀକ ସେବାକେନ୍ଦ୍ରରୁ ଗୋଟିଏ ମୋବାଇଲ ସହ ୩୦ ହଜାର ଟଙ୍କା, ପପୁନା କାର୍ଯୀଙ୍କ ଇଲେକ୍ଟ୍ରୋନିକ୍ସ ଦୋକାନରୁ ଗୋଟିଏ ମୋବାଇଲ ଚୋରି କରିନେଇଥିବା ବେଳେ ହାଟପଦା ନିକଟରେ ଥିବା ଶିବରାମସାହୁଙ୍କ ରସ ପିତଳ ଦୋକାନ ଏବଂ ଗଦାଧର ନାୟକଙ୍କ ଘରେ କେହି ନ ଥିବା ବେଳେ ତାଙ୍କ ଘରର ତାଲା ଭାଙ୍ଗି ଦେଇଥିବା ଜଣାପଡିଛି। ହେଲେ ଗଦାଧର ଏବଂ ଶିବରାମଙ୍କ କୌଣସି ଜିନିଷ ଚୋରି ହୋଇଥିବା ଜଣାପଡିନାହିଁ। ଏନେଇ ଆଜିସକାଳୁ ଲବନାଥ ଦିଗାଳ, ପପୁନା କାର୍ଯୀ ଓ ଅରବିନ୍ଦ ସାହୁ ବ୍ରାହ୍ମଣୀଗାଁ ଥାନା ଲିଖିତ ଅଭିଯୋଗ କରିଥିବା ବେଳେ ଥାନା ଅଧିକାରୀ ରଂଜିତ କୁମାର ମୁନୀ ଓ ଏସ୍‍.ଆଇ ସଂଗ୍ରାମ କେଶରୀ ଜେନା ଘଟଣା ସ୍ଥଳରେ ପହଞ୍ଚି ସାଇନ୍‍ଟିଫିକ ଦଳର ଅତିରିକ୍ତ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା ଓ ଡଗ୍‍ ମାଷ୍ଟର ରାଜକୁମାର ବେହେରା, ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳେଇଥିବା ଜଣାପଡିଛି। ଏନେଇ ଥାନାରେ କେଶନଂ ୮୪/୨୦ ରେ ଏକମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ଥାନାଅଧିକାରୀ ଶ୍ରୀ ମୁନୀ ସୂଚନା ଦେଇଛନ୍ତି। ସନ୍ଧାନୀ କୁକୁର ଯାଇ ବଟ୍ଟପଲ୍ଲୀ ସାହିର ଗୋଟିଏ ଗୃହରେ ଯାଇ ଅଟକି ଥିବା ବେଳେ ଜୁଆଡି ମାନଙ୍କ ମଧ୍ୟରୁ କେହି ଦୁର୍ବୃତ୍ତ ଏପ୍ରକାର କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ଏଣୁ ଜୁଆଖେଳ ଓ ମଦ ନିବାରଣ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଦୋଷିକୁ ଚିହ୍ନଟ କରିବା ସହ ରାତ୍ରି କାଳିନ ପାଟ୍ରୋଲିଂ କରିବାକୁ ଜନସାଧାରଣ ଦାବୀ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories