ରୂପେଶ ମେଗାମଲ୍ରୁ ଚୋରି ଅଭିଯୋଗ
ମୁଖୀଗୁଡା: ରୂପେଶ ମେଗାମଲରୁ ବୁଧବାର ରାତିରେ କପଡା ଏବଂ ଟଙ୍କା ଚୋରି ହୋଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି । ଜୟପାଟଣା ସ୍ଥିତ ରୂପେଶ ମେଗାମଲର ପଛପଟ ଝରକା ଭାଙ୍ଗି ମଲରେ ଥିବା ଶାଢ଼ୀ, ପ୍ୟାଣ୍ଟ ଓ ଶାର୍ଟ ଯାହାର ମୂଲ୍ୟ ପ୍ରାୟ ୫୦ହଜାର ଟଙ୍କା ହେବ ଏବଂ କାଉଣ୍ଟରରେ ଥିବା ଏକ ଲକ୍ଷ ଟଙ୍କା, କମ୍ପ୍ୟୁଟର ହାର୍ଡଡିସ୍କ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ମଲ୍ ମାଲିକ ରୂପେଶ ମିତ୍ତଲ ଜୟପାଟଣା ଥାନାରେ ଅଭିଯୋଗ କରିବା ପରେ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ଜୁନ ୩ ତାରିଖ ରାତିରେ ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଭଗବାନଙ୍କ ଅଳଙ୍କାର ଚୋରି ହୋଇଥିଲେ ହେଁ ପୁଲିସ ଚୋର କିମ୍ବା ଚୋରି ସାମଗ୍ରୀ ଉଦ୍ଧାର କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ ।
Comments are closed.