www.samajalive.in
Sunday, December 7, 2025
26.1 C
Bhubaneswar

ଗହଣା ଦୋକାନ ବ୍ୟବସାୟୀଙ୍କ ଉପରକୁ ବୋମାମାଡ କରି ଲୁଟ୍

କଳାପଥର :କଳାପଥର ନିକଟ ଧଳାପଥର ଫାଣ୍ଡି ଅଧିନସ୍ଥ ଲକ୍ଷ୍ମୀବଜାରରେ ଗହଣା ଦୋକାନ କରିଥିବା ଜଣେ ବ୍ୟବସାୟୀଙ୍କ ଉପରକୁ ଆଜିରାତି ପ୍ରାୟ ୯ଟା ୧୫ ମିନିଟ ସମୟରେ କେହି ଅଜଣା ଦୁର୍ବୃତ୍ତ ବୋମାମାଡ଼ କରିଥିବା ସୂଚନା ମିଳିଛି। ଦୁର୍ବୁତ୍ତମାନେ ଗହଣା ଦୋକାନୀ ବ୍ୟବସାୟୀଙ୍କ ଉପରକୁ ବୋମାମାଡ କରି ସମସ୍ତ ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି। ଦୋକାନୀଜଣଙ୍କ ରାତି ହେବାରୁ ନିଜର ଦୋକାନ ବନ୍ଦ କରି ଘରକୁ ଯିବାକୁ ଉଦ୍ୟମ କରୁଥିବାବେଳେ ହଠାତ୍ ୪ଜଣ ଦୁର୍ବୃତ୍ତ ସେଠାରେ ପହଂଚି ଦୋକାନୀଙ୍କୁ ଭୟଭୀତ କରାଇଶୋରୁମରେ ଥିବା ସମସ୍ତ ଅଳଙ୍କାର ନେଇ ପଳାଇ ଯାଇଥିଲେ। ତେବେ ସେମାନେ ଯିବା ସମୟରେ ଦୋକାନ ଉପରକୁ ଲକ୍ଷ୍ୟ କରି ଦୁଇଟି ବୋମା ମାଡ କରିଥିଲେ। ଫଳରେ ସେଠାରେ ଉପସ୍ଥିତ ଥିବାଲୋକମାନେ ଭୟରେ ଯିଏ ଜୁଆଡେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ପରେ ସେମାନେ ଆରିକମା ରାସ୍ତାରେ ପଳାଇ ଯାଇଥିଲେ। ଜଣାଯାଇଛି ଯେ, ଧଳାପଥର ଗୋଲେଇଛକରୁ ଆରିକମା ଯିବା ରାସ୍ତାରେ ଉକ୍ତଗ୍ରାମର ନାରାୟଣ ବେହେରାଙ୍କ ‘ନାରାୟଣ ଜୁଏଲର୍ସ’ ନାମରେ ଏକ ସୁନା ଦୋକାନ ରହିଛି। ସେହି ଦୋକାନରେ ଉଭୟ ଦୁଇଭାଇ ନାରାୟଣ ଓ ରିତିକାନ୍ତ ମିଳିମିଶି ବ୍ୟବସାୟ କରନ୍ତି। ଆଜିରାତି ପ୍ରାୟ ୯ଟା ୧୫ ମିନିଟ ସମୟରେ ବଡଭାଇ ନାରାୟଣ ବେହେରା ନିଜର ସ୍ମାର୍ଟେଫୋନ ଖରାପ ହୋଇଥିବାରୁ ତାହାକୁ ସଜାଡିବା ନିମନ୍ତେ ନିକଟରେ ଥିବା ଏକ ଦୋକାନକୁ ଯାଇଥିଲେ। ଏହିସମୟରେ ୪ଜଣ ବ୍ୟକ୍ତି ମୁଖାପିନ୍ଧି ଦୋକାନ ଭିତରକୁ ପଶି କଣ ରଖିଛୁ ଦେ ବୋଲି କହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୁବୃର୍ତ ରତିକାନ୍ତ ରମୁଣ୍ଡରେ ପିସ୍ତଲ ଲଗାଇ ସମସ୍ତ ସୁନା ଅଳଙ୍କାରଗୁଡିକୁ ବ୍ୟାଗରେ ଭର୍ତ୍ତି କରିଥିଲା। ତାହା ସହିତ କ୍ୟାସ ବାକ୍ସରେ ଥିବା ୧୫ ହଜାର ଟଙ୍କା ନେଇ ତୁରନ୍ତ ସେଠାରୁ ଆରିକମା ରାସ୍ତାରେ ପଲସର ଯୋଗେ ପଳାଇଯାଇଥିଲେ। ଦୁବୃର୍ତ୍ତମାନେ ଯିବାସମୟରେ ଦୁଇଟି ବୋମା ଫୁଟାଇ ଲୋକମାନଙ୍କୁ ଭୟଭୀତ କରାଇଥିଲେ। ଫଳରେ କୌଣସି ବ୍ୟକ୍ତି ସେମାନଙ୍କ ପାଖକୁ ଯାଇନଥିଲେ।ଖବର ପାଇ ବେଗୁନିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories