ସ୍ପେଶାଲ ସ୍ୱାର୍ଡ଼ ପକ୍ଷରୁ ହାଇୱେ ଲୁଟେରା ଗିରଫ

0

ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ରାତିରେ ସ୍ପେଶାଲ ସ୍ୱାର୍ଡ଼ ପକ୍ଷରୁ ୬ ହାଇୱେ ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର,ବନ୍ଧୁକ,ଦୁଇଟି ଗାଡ଼ି,୬ଟି ମୋବାଇଲ ଓ ୧୯ଗ୍ରାମ୍‌ ର ସୁନା ଜବତ ହୋଇଛି ।ଖେଳନା ବନ୍ଧୁକ ଦେଖାଇ ସେମାନେ ହାଇୱେରୁ ଲୁଟ୍‍ କରୁଥିବାର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଲୁଟରେ ଉମେଶ ଚନ୍ଦ୍ର ବେହେରା (ବାଲିଅନ୍ତା),ଲୋକନାଥ ସାହୁ (ଖୋର୍ଦ୍ଧା), ପଞ୍ଚମ ସାହା(କଟକ), ପବିତ୍ର ମୋହନ ମଲିକ(ଖୁଣ୍ଟୁଣି), କୁନିଆ ସାମଲ(ଖୁଣ୍ଟୁଣି), ରାକେଶ ମହାପାତ୍ର(ମହାନଦୀ ବିହାର, କଟକ) ସାମିଲ ଥିଲେ । ପୁଲିସ ସେମାନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

Leave A Reply