ବୁଧବାର ଶପଥ ଗ୍ରହଣ କରିବେ ଲୋକପାଳ ସଦସ୍ୟ

0

ନୂଆଦିଲ୍ଲୀ: ନବଗଠିତ ଦୁର୍ନୀତି ନିରୋଧୀ ଲୋକପାଳର ସମସ୍ତ ୮ଜଣ ସଦସ୍ୟ ଆସନ୍ତାକାଲି (୨୭ ମାର୍ଚ୍ଚ) ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଗତ ଶନିବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କୁ ଭାରତର ପ୍ରଥମ ଲୋକପାଳ ଭାବେ ଶପଥ ଗ୍ରହଣ କରାଇଥିଲେ। ବିଭିନ୍ନ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି, ଜଷ୍ଟିସ ଦିଲ୍ଲୀପ ବି. ଭୋସଲେ, ପ୍ରଦୀପ କୁମାର ମହାନ୍ତି, ଅଭିଳାଷା କୁମାରୀ, ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅଜୟ କୁମାର ତ୍ରିପାଠୀ ଲୋକପାଳ ସଦସ୍ୟ ନିଯୁକ୍ତି ପାଇଥିବା ବେଳେ ସଶସ୍ତ୍ର ସୀମା ବଳର ପୂର୍ବତନ ପ୍ରଥମ ମହିଳା ମୁଖ୍ୟ ଅର୍ଚ୍ଚନା ରମାସୁନ୍ଦରମ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ଶାସନ ସଚିବ ଦୀନେଶ କୁମାର ଜୈନ, ପୂର୍ବତନ ଆଇଆରଏସ ଅଧିକାରୀ ମହେନ୍ଦର ସିଂହ ଗୁଜୁରାଟ କ୍ୟାଡର ପୂର୍ବତନ ଆଇଏଏସ ଇନ୍ଦ୍ରଜିତ ପ୍ରସାଦ ଗୌତମ ପ୍ରମୁଖ ସଦସ୍ୟ ରହିଛନ୍ତି।

Leave A Reply