www.samajalive.in
Monday, December 15, 2025
16.1 C
Bhubaneswar

ଲକଡାଉନରେ ଗୁଗୁଲ୍ ଟ୍ରେଣ୍ଡ; ‘ଘରେ କିପରି ମଦ ପ୍ରସ୍ତୁତ ହେବ’ ଅନଲାଇନରେ ଅଧିକ ହୋଇଛି ସର୍ଚ୍ଚ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଦେଶରେ ତାଲା ପକାଇଛନ୍ତି ଅର୍ଥାତ୍ ଲକଡଉନ୍ ଘୋଷଣା କରିଛନ୍ତି। ଏଥିଯୋଗୁଁ ସମସ୍ତ ମଦ ଦୋକାନ ବନ୍ଦ ରହିଛି। ଯାହା ପରେ ମଦ ପ୍ରେମୀ ବା ମଦ୍ୟପାନକାରୀଙ୍କ ପାଇଁ ଏକ ବଡ ଅସୁବିଧା ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ଯେଉଁମାନେ ସିଗାରେଟ୍, ବିଡି, ପାନ, ଗୁଟକା ଖାଉଛନ୍ତି ସେମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଦେଶର ଅଧିକାଂଶ ସ୍ଥାନରେ ଦୋକାନ ବନ୍ଦ ରହିବା କାରଣରୁ ଗ୍ରେ ମାର୍କେଟରେ ମଦ ଦର ଚାରିଗୁଣ ବୃଦ୍ଧି ହୋଇଛି। ମୂଲ୍ୟ ବୃଦ୍ଧି ସହିତ ଅନେକ ସ୍ଥାନରେ ଲୁଚାଛପାରେ ମଧ୍ୟ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଯେତେବେଳେ ମଦ୍ୟପାନର ନିଶା ପକେଟ ଉପରେ ମହଙ୍ଗା ପଡ଼ିବା ଆରମ୍ଭ ହେଲା, ଅନେକ ଲୋକ ମଦ୍ୟପାନ ଛାଡିବାକୁ ସ୍ଥିର କଲେ ତ, ଅନ୍ୟ କେହି ଘରେ ମଦ ପ୍ରସ୍ତୁତ କରିବାକୁ ଚିନ୍ତା କଲେ।  ଏଥିପାଇଁ ସେମାନେ ଅନଲାଇନରେ ଉପାୟ ଖୋଜୁଛନ୍ତି।

- Advertisement -

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଗୁଗୁଲ୍ ଟ୍ରେଣ୍ଡ ଅନୁଯାୟୀ ମାର୍ଚ୍ଚ ୨୨ରୁ ୨୮ ମଧ୍ୟରେ ଭାରତରେ ସର୍ବାଧିକ ଘରେ ମଦ ପ୍ରସ୍ତୁତ ଉପାୟ ଅନଲାଇନରେ ସର୍ଚ୍ଚ କରାଯାଇଥିଲା। ସେହି ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ତାଲା ପକାଇଥିଲେ।

ଅନ୍ୟପକ୍ଷରେ କିଛି ଲୋକ କହିଛନ୍ତି ଯେ, ବଜାରରେ ମଦ ଦର ବୃଦ୍ଧି ଏପରି ହୋଇଛି ଯେ ୧୭୦ ଟଙ୍କା ମୂଲ୍ୟର ଏକ ବୋତଲ ବିସ୍କି ପାଇଁ ୭୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡୁଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories