www.samajalive.in
Friday, December 12, 2025
14.1 C
Bhubaneswar

ଲକଡାଉନରେ ଗୁଗୁଲ୍ ଟ୍ରେଣ୍ଡ; ‘ଘରେ କିପରି ମଦ ପ୍ରସ୍ତୁତ ହେବ’ ଅନଲାଇନରେ ଅଧିକ ହୋଇଛି ସର୍ଚ୍ଚ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଦେଶରେ ତାଲା ପକାଇଛନ୍ତି ଅର୍ଥାତ୍ ଲକଡଉନ୍ ଘୋଷଣା କରିଛନ୍ତି। ଏଥିଯୋଗୁଁ ସମସ୍ତ ମଦ ଦୋକାନ ବନ୍ଦ ରହିଛି। ଯାହା ପରେ ମଦ ପ୍ରେମୀ ବା ମଦ୍ୟପାନକାରୀଙ୍କ ପାଇଁ ଏକ ବଡ ଅସୁବିଧା ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ଯେଉଁମାନେ ସିଗାରେଟ୍, ବିଡି, ପାନ, ଗୁଟକା ଖାଉଛନ୍ତି ସେମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଦେଶର ଅଧିକାଂଶ ସ୍ଥାନରେ ଦୋକାନ ବନ୍ଦ ରହିବା କାରଣରୁ ଗ୍ରେ ମାର୍କେଟରେ ମଦ ଦର ଚାରିଗୁଣ ବୃଦ୍ଧି ହୋଇଛି। ମୂଲ୍ୟ ବୃଦ୍ଧି ସହିତ ଅନେକ ସ୍ଥାନରେ ଲୁଚାଛପାରେ ମଧ୍ୟ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଯେତେବେଳେ ମଦ୍ୟପାନର ନିଶା ପକେଟ ଉପରେ ମହଙ୍ଗା ପଡ଼ିବା ଆରମ୍ଭ ହେଲା, ଅନେକ ଲୋକ ମଦ୍ୟପାନ ଛାଡିବାକୁ ସ୍ଥିର କଲେ ତ, ଅନ୍ୟ କେହି ଘରେ ମଦ ପ୍ରସ୍ତୁତ କରିବାକୁ ଚିନ୍ତା କଲେ।  ଏଥିପାଇଁ ସେମାନେ ଅନଲାଇନରେ ଉପାୟ ଖୋଜୁଛନ୍ତି।

- Advertisement -

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଗୁଗୁଲ୍ ଟ୍ରେଣ୍ଡ ଅନୁଯାୟୀ ମାର୍ଚ୍ଚ ୨୨ରୁ ୨୮ ମଧ୍ୟରେ ଭାରତରେ ସର୍ବାଧିକ ଘରେ ମଦ ପ୍ରସ୍ତୁତ ଉପାୟ ଅନଲାଇନରେ ସର୍ଚ୍ଚ କରାଯାଇଥିଲା। ସେହି ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ତାଲା ପକାଇଥିଲେ।

ଅନ୍ୟପକ୍ଷରେ କିଛି ଲୋକ କହିଛନ୍ତି ଯେ, ବଜାରରେ ମଦ ଦର ବୃଦ୍ଧି ଏପରି ହୋଇଛି ଯେ ୧୭୦ ଟଙ୍କା ମୂଲ୍ୟର ଏକ ବୋତଲ ବିସ୍କି ପାଇଁ ୭୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡୁଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories