ଋଣଭାରରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

0

ସର୍ବଦା ବ୍ୟକ୍ତିଙ୍କ ଜୀବନରେ ଏକ ପ୍ରକାର ସମସ୍ୟା ରହିଥାଏ। ଯେପରି କି ଯେତେ ରୋଜଗାର କଲେ ମଧ୍ୟ କିଛି ବି ଟଙ୍କା ସଞ୍ଚୟ କରି ପାରି ନଥାନ୍ତି। ଦରକାର ବେଳେ ଅନ୍ୟ ଠାରୁ ଋଣ ଆକାରରେ ଟଙ୍କା ଧାର ଆଣିବାକୁ ପଡିଥାଏ। ଧନହାନୀ ଓ ଋଣର ଭାର ବଢିବା ଦ୍ୱାରା ଘରେ ବାସ୍ତୁଦୋଷର କୁପ୍ରଭାବ ବଢିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଐଶାନ୍ୟ କୋଣ,ନୈଋତ ଦିଗ ଓ ଉତ୍ତର ଦିଗକୁ ଆର୍ଥିକ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ। ଏହି ଉଭୟ ଦିଗରେ ଯଦି କୌଣସି ଅସୁବିଧା ହୋଇଥାଏ ତେବେ ଧନହାନୀ ହୋଇଥାଏ ଓ ଋଣଭାର ମଧ୍ୟ ବଢିଥାଏ। ଆସନ୍ତୁ ଜାଣିବା ଏହି ଦୋଷ ଦୂର କରିବାର ଉପାୟ:


ବାସ୍ତୁଶାସ୍ତ୍ର ଅନୁସାରେ ଘରର ଐଶାନ୍ୟ କୋଣକୁ ଅନେକ ଶୁଭ ବୋଲି କୁହାଯାଇଥାଏ। ଐଶାନ୍ୟ କୋଣରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ତେଣୁ କଦାପି ଐଶାନ୍ୟ କୋଣକୁ ଅପରିଷ୍କାର କରିବା ଉଚିତ ନୁହେଁ। ଯେଉଁ ଘରେ ଐଶାନ୍ୟ କୋଣ ଅପରିଷ୍କାର ହୋଇଥାଏ, ସେହି ଘରେ ସର୍ବଦା ଧନହାନୀ ହୋଇଥାଏ। ତେଣୁ ସର୍ବଦା ଘରର ପୂଜା ସ୍ଥାନ ଓ ଐଶାନ୍ୟ କୋଣକୁ ସଫା ରଖନ୍ତୁ।

prayash


ଘରର ପୂର୍ବ ଓ ଉତ୍ତର ଦିଗରେ କୌଣସି ଅଧିକ ଓଜନ ବିଶିଷ୍ଟ ଜିନିଷ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ଋଣର ଭାର ବଢିଥାଏ। ଘରର ପୂର୍ବ ଓ ଉତ୍ତର ଦିଗକୁ ସର୍ବଦା ଖାଲି ରଖିବାକୁ ଚେଷ୍ଟା କରନ୍ତୁ।
ଘରର ଛାତ ଉପରେ ପ୍ରାୟତଃ ପାଣି ଟାଙ୍କି ରଖାଯାଇଥାଏ। ଏହି ପାଣି ଟାଙ୍କିକୁ ଘରର ଐଶାନ୍ୟ କୋଣର ଛାତ ଉପରେ ରଖିବା ଉଚିତ। ନୈଋତ ଦିଗରେ ପାଣି ଟାଙ୍କି ରହିବା ଦ୍ୱାରା ଋଣ ବଢିଥାଏ। ପାଣି ଟାଙ୍କି ରଖିବା ବେଳେ ଠିକ ରୂପେ ରଖନ୍ତୁ।


ସର୍ବଦା ଘରର ସୁନା ଅଳଙ୍କାର ଆଲମାରୀକୁ ଦକ୍ଷିଣ ଦିଗରେ ରଖିବା ଉଚିତ। ଦକ୍ଷିଣ ଦିଗରେ ରଖିବା ଦ୍ୱାରା ଆଲମାରୀର ମୁହଁ ଉତ୍ତର ଦିଗକୁ ହୋଇଥିବା ଦରକାର। ଏପରି କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ବଢିଥାଏ। ଋଣର ଭାର ମଧ୍ୟ କମିଥାଏ। ରୋଜଗାରରେ ଉନ୍ନତି ହେବା ସହ କିଛି ଅର୍ଥ ସଞ୍ଚିତ ମଧ୍ୟ ହୋଇପାରିବ।

kalyan agarbati
Leave A Reply