ଫୁଲବାଣୀ : ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ଟିକାବାଲି ବିଦ୍ୟୁତ୍ ବିଭାଗର ଲାଇନ୍ ମ୍ୟାନ୍। ପାଞ୍ଚ ହଜାର ଟଙ୍କା ନେବା ବେଳେ ମାଡି ବସିଲା ଫୁଲବାଣୀର ଭିଜିଲାନ୍ସ ଟିମ୍ । ଟିପିଏସଓଡିଏଲର ଟିକାବାଲି ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଲାଇନ ମ୍ୟାନ୍ କାଳୁ ଚରଣ ପଲେଇ। ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଛତିଝର ଗାଁର ରିଙ୍କୁ ଭୁକ୍ତା ଗାଁ ଛକରେ ଥିବା ଦୋକାନ ଘରକୁ ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ କରିଥିଲେ ଓ ଅନଲାଇନରେ ମଧ୍ୟ ଟଙ୍କା ପଇଠ କରିଥିଲେ। କିନ୍ତୁ ଟିକାବାଲି ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବା କାଳୁ ଚାରଣ ପଲେଇ ଶୀଘ୍ର ବିଦ୍ୟୁତ ସଂଯୋଗ ପାଇଁ ଗ୍ରାହକ ରିଙ୍କୁ ଭୁକ୍ତାଙ୍କୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ଏ ସମ୍ପର୍କରେ ଫୁଲବାଣୀ ଭିଜିଲାନ୍ସ ଟିମଙ୍କୁ ରିଙ୍କୁ ଜଣାଇଥିଲେ। ଭିଜିଲାନ୍ସ ଏସପିଙ୍କ ନିର୍ଦେଶରେ ବ୍ରହ୍ମପୁର ଭିଜିଲାନ୍ସରେ ମାମଲା ରୁଜୁ କରି ଫୁଲବାଣୀ ଭିଜିଲାନ୍ସ ଟିମ ଓ ବୌଦ୍ଧ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଛତିଝର ଗ୍ରାମ ଛକ ନିକଟରେ ଥିବା ଗ୍ରୋସରୀ ଦୋକାନରେ ଲାଇନ ମ୍ୟାନ କାଳୁ ଚରଣ ପଲେଇ ପଇସା, କାଗଜ ପତ୍ର ଓ ୫୦୦୦ ଟଙ୍କା ନେଉଥିବା ବେଳେ ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଥିବା ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି । ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି ।
Related Posts
Comments are closed.