ବଜ୍ରପାତର ଫଟୋ ନେବା ବେଳେ ଯୁବକ ମୃତ
ଚେନ୍ନାଇ: ବଜ୍ରାପାତର ଫଟୋ ନେବା ବେଳେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର ଥିରୁଭାଲାଲ୍ଲୁର ଜିଲାରେ ଏହି ଘଟଣା ଘଟିଛି । ଚେନ୍ନାଇ କାମ କରୁଥିବା ରମେଶ କୁମାର ନିଜ ସାଙ୍ଗର ଚୁଙ୍ଗୁଡି ଫାର୍ମକୁ ବୁଲିବାକୁ ଯାଇଥିଲେ । ଆକାଶରେ ବିଜୁଳି ମାରୁଥିବା ଦେଖି ସେ ମୋବାଇଲ୍ ଫୋନ୍ରେ ଫଟୋ ଉଠାଉଥିଲେ । ହେଲ ଏତିକି ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ କରାଇଥିଲା । ଏହାପରେ ଥିରୁଭଲ୍ଲାର ପୁଲିସ ଖୋଲା ଆକଶ ତଳେ ଛିଡା ହୋଇ ବିଜୁଳିର ଫଟୋ ନ ନେବା ପାଇଁ ନିର୍ଦେଶାନାମା ଜାରି କରିଛି ।