କନିଷ୍ଠ ଗ୍ରନ୍ଥାଗାରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗ, ନିରପକ୍ଷେ ତଦନ୍ତ ପାଇଁ ଦାବି ଜଣାଇଲା ଉତ୍କଳ ଗ୍ରନ୍ଥାଗାରିକ ସଂଘ
ଭୁବନେଶ୍ବର: ଓଡିଶା କନିଷ୍ଠ ଗ୍ରନ୍ଥାଗାରିକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟପାକ ଅନିୟମିତତା ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ ଉତ୍କଳ ଗ୍ରନ୍ଥାଗାରିକ ସଂଘ ପକ୍ଷରୁ ଭୁବନେଶ୍ୱର ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସଏସସି)ସଚିବ ଅକ୍ଷୟ କୁମାର ମହାନ୍ତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଦାରୁଠେଙ୍ଗ ଠାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ଦ୍ୱାରା ପରିଚାଳିତ ଓଡିଶା କନିଷ୍ଠ ଗ୍ରନ୍ଥାଗରିକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟପାକ ଭାବରେ ଅନିୟମିତତା ହୋଇଥିଲା। ଏହାର ନିରପେକ୍ଷ ତଦନ୍ତ ଓ ସ୍ବଚ୍ଛ ଭାବେ ପରୀକ୍ଷା ପରିଚାଳନା ପାଇଁ ସଂଘ ପକ୍ଷରୁ ଡ.ବାନାମ୍ବର ସାହୁ, ଅବିନାଶ ଦାଶ, ନିରଞ୍ଜନ ମହାପାତ୍ର, ଗଣେଶ୍ୱର ରାଉତ, ମନୋଜ କୁମାର ସାହୁ, ପ୍ରେମାନନ୍ଦ ପ୍ରଧାନ, ଦୁର୍ଗାମାଧବ ତରାଇ, ଯୋଗେଶ୍ବର ମହାରଣା ପ୍ରମୁଖ ଦାବି କରିଛନ୍ତି।
Comments are closed.