ଗାଁକୁ ଭଲ ରାସ୍ତା ନଥିବାରୁ ଭୋଟ ବର୍ଜନ କରିବେ ଗ୍ରାମବାସୀ

ଲକ୍ଷ୍ମୀପୁର:ଗାଁ କୁ ଭଲ ରାସ୍ତା ନଥିବା କାରଣରୁ ଭୋଟ ବର୍ଜନ କରିବେ ଗ୍ରାମବାସୀ । କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ବୁର୍ଜା ପଞ୍ଚାୟତ ଅଧିନସ୍ଥ ଏକ ଦୁର୍ଗମ ଆଦିବାସୀ ପଲ୍ଲୀ ହେଉଛି କୁତ୍କାଝୋଲା । ଲକ୍ଷ୍ମୀପୁର ନାରାୟଣପାଟଣା ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୬ କିଲୋମିଟର ଦୂରରେ ଏହି ଗ୍ରାମ ଅବସ୍ଥିତ।   କିଛିବର୍ଷ ପୁର୍ବେ   ଉକ୍ତ ଗ୍ରାମକୁ ଯେଉଁ ରାସ୍ତା ଯାଇଛି ତାହାର ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ରାସ୍ତାର ଅବସ୍ଥା କିନ୍ତୁ ଯେଉଁ ତିମିରେକୁ ସେହି ତିମିରେ । ଗ୍ରାମରେ କୌଣସି ଲୋକ ରୋଗରେ ପଡିଲେ କିମ୍ବା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁ ନାହିଁ । ଏପରିକି ଖରାପ ରାସ୍ତା ସହିତ ଗୋଡ଼ି ଓ ପଥର ବିଚ୍ଛୁରିତ ହୋଇ ପଡିଥିବା କାରଣରୁ ପ୍ରତିଦିନ ଲୋକମାନେ  ବହୁ ଅସୁବିଧାରେ ଯାତାୟାତ କରୁଛନ୍ତି ।

ଏଣୁ ଅନେକ ଥର ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଥିବା ସହିତ ଏଥିପାଇଁ ଅନୁଦାନ ପ୍ରଦାନ କରିବା କରାଯାଇ ରାସ୍ତା କାର୍ଯ୍ୟ ସଠିକ୍ ଭାବେ କିପରି ସମ୍ପାଦିତ ହୋଇ ପାରିବ ସେଥିପାଇଁ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି । କିନ୍ତୁ ଗ୍ରାମବାସୀଙ୍କ କଥାକୁ କେହି ହେଲେ କର୍ଣ୍ଣପାତ କରିନାହାନ୍ତି । ଏପରିକି ବିଧାୟକଙ୍କ ଠାରୁ ଆରମ୍ଭ କରି ସାଂସଦ ମଧ୍ୟ ଏମାନଙ୍କ କଥା ଶୁଣି ନାହାଁନ୍ତି ବୋଲି କ୍ଷୋଭର ସହିତ କହିଛନ୍ତି ଗ୍ରାମବାସୀମାନେ ।

prayash

ଯେଉଁଥିପାଇଁ ସେମାନେ ବାଧ୍ୟ ହୋଇ ସୋମବାର ହେବାକୁ ଥିବା ଭୋଟ ଦାନରୁ ବିରତ ରହିବା ସହିତ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଗ୍ରାମର ସେହିପରି ଏହି ଗ୍ରାମର ପରିବାର ସଂଖ୍ୟା ୩୫ ଥିବା ବେଳେ ଭୋଟର ସଂଖ୍ୟା ପ୍ରାୟ ୧୦୦ ହେବ। ଗାଁ ଟି ନାରାୟଣପାଟଣା ଲକ୍ଷ୍ମୀପୁର ମୁଖ୍ୟ ରାସ୍ତା ଠାରୁ ମାତ୍ର ୨ କିଲୋମିଟର ଏବଂ ବ୍ଲକ କାର୍ଯ୍ୟାଳୟ ଠାରୁ ୬ କିଲୋମିଟର ଦୂରରେ ଅବସ୍ଥିତ ।

ତେବେ ରାସ୍ତା ସହିତ ବିଭିନ୍ନ ଅସୁବିଧାରେ କଳାତିପାତ କରୁଥିବା ବେଳେ ସରକାର ତାଙ୍କର ଅସୁବିଧା ପ୍ରତି ଗୁରୁତ୍ବ ଦେଉଥିବାରୁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିବା ସହିତ କ’ଣ ପାଇଁ ଆମେ ଭୋଟ ଦେବୁ ବୋଲି ପ୍ରଶ୍ନ କରିଛନ୍ତି । ତେବେ ଏନେଇ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଗୁରେଶ୍ବର ଭୋଇଙ୍କୁ ପଚାରିବାରୁ ମୁଁ କାର୍ଯ୍ୟରେ ଯୋଗ ଦେବା ଭିତରେ ଏ ବିଷୟରେ କିଛି ଅଭିଯୋଗ ଆସିନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସେମାନଙ୍କୁ ବୁଝାଇ ଭୋଟ ଦାନ କରିବା ପାଇଁ କିଛି ଅଧିକାରୀଙ୍କୁ ପଠା ଯାଇଥିବା ସହିତ ଭୋଟ ପରେ ଗ୍ରାମବାସୀଙ୍କ ଅଭିଯୋଗ ପ୍ରତି ଗୁରୁତ୍ବ ଦିଆଯାଇ ରାସ୍ତା କାମ କରାଯିବ ବୋଲି ଶ୍ରୀ ଭୋଇ ପ୍ରକାଶ କରିଛନ୍ତି । ତେବେ କିପରି ବୁଝୁଛନ୍ତି କୁତ୍କାଝୋଲା ଗାଁର ଲୋକେ ଭୋଟ ଦାନ କରୁଛନ୍ତି କି ନାହିଁ ସୋମବାର ଜଣାପଡିବ ।

Comments are closed.