www.samajalive.in
Monday, December 15, 2025
24.1 C
Bhubaneswar

ଲକ୍ଷ୍ମୀପୁରରେ ଜାତୀୟ ମତଦାତା ଦିବସ

ଲକ୍ଷ୍ମୀପୁର: ଜାତୀୟ ମତଦାତା ଦିବସ ଅବସରରେ କୋରାପୁଟ ଜିଲା ଲକ୍ଷ୍ମୀପୁର ଠାରେ ଭାରତୀୟ ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ନମୋ ନବ ମତଦାତା ସମ୍ମିଳନୀ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଗୁରବାର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଦଶମନ୍ତପୁର , ନାରାୟଣପାଟଣା, ବନ୍ଧୁଗାଁ ଓ ଲକ୍ଷ୍ମୀପୁର ଚାରୋଟି ବ୍ଲକର ଶତାଧିକ ଯୁବ ଭୋଟର ମାନେ ଅଂଶ ଗ୍ରହଣ କରିଥିଲେ।

ବିଶେଷ କରି ଗଣ ତାନ୍ତ୍ରୀକ ରାଷ୍ଟ୍ରରେ ଯୁବ ଭୋଟର ମାନଙ୍କ ଗୁରୁତ୍ୱ ପୁର୍ଣ୍ଣ ଭୂମିକା ରହିଛି, ଯୁବ ଭୋଟର ମାନେ ନିର୍ବାନରେ ଅଧିକରୁ ଅଧିକ ମତଦାନ କରିବା ଆବଶ୍ୟକ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ କହିବା ସହିତ ବିକଶିତ ରାଷ୍ଟ୍ର ଗଠନରେ ସେମାନଙ୍କ ନିର୍ଣ୍ଣାୟକ ଭୂମିକା ରହିଛି ବୋଲି କହିଥିଲେ।

- Advertisement -

ଏଣୁ ଅଧିକରୁ ଅଧିକ ଯୁବ ଭୋଟର ମତ ଦାନ କରି ସେମାନଙ୍କ ମୂଲ୍ୟବାନ ଭୋଟକୁ ରାଷ୍ଟ୍ରର ହିତରେ ଲଗାଇବା ପାଇଁ କହିଥିଲେ। ସେହିପରି ଏଠାରେ ମଂଚାସୀନ ଜିଲା ଉପ ସଭାପତି ନକୁଳ ବିଷୋଇ, ଦଳୀୟ ଦେତା ଭଗବାନ ମୁଦୁଲି, ଉଦୟ ହିକକା, ଜିଲା ସଂଯୋଜକ ଅଗସ୍ତୀ ହାଲବା, ମଣ୍ଡଳ ସଭପେତି ଅନନ୍ତ ହୁଇକା, ରବି ପାଢ଼ୀ ପ୍ରମୁଖ ମଂଚାସୀନ ପ୍ରମୁଖ ମଂଚାସୀନ ରହି ପ୍ରଧାନ ମନ୍ତ୍ରୀଙ୍କ ଲୋକଭି ମୁଖୀ କାର୍ଯ୍ୟ ସହିତ ଦୃଢ଼ ନେତୃତ୍ୱ ଉପରେ କହିଥିଲେ। ଜିଲା ଯୁବ ମୋର୍ଚ୍ଚା ସଭାପତି ମନୋଜ କୁମାର ସହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories