www.samajalive.in
Sunday, December 14, 2025
17.1 C
Bhubaneswar

ଭାବ ଓ ଭକ୍ତିରେ ଶ୍ରୀ ଜଗନ୍ନାଥ : ଲଡୁଗାଁ କଲେଜ ରେ “ନୂଆଁ-ଓ”  ସାହିତ୍ୟ ସମ୍ମିଳନୀ 

ଲଡୁଗାଁ: ରାଜ୍ୟ ସରକାର  ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ସହିତ  ଅଙ୍ଗାଙ୍ଗୀ ଭାବେ ଜଡ଼ିତ କରାଇବା ପାଇଁ  ନୂଆଁ ଓ ସାହିତ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ପ୍ରତ୍ୟେକ ସ୍କୁଲ କଲେଜ ମାନଙ୍କରେ ଆୟୋଜନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲଡୁଗାଁ( +୨)ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଏହି କାର୍ଯ୍ୟକ୍ରମର ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବ  ଉଦଯାପିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ତଥା  ସଭା ସଭାପତି ଡ଼. ନିହାରକନ୍ତ ପଣ୍ଡା ସ୍ବାଗତ ଓ ଅତିଥି ପରିଚୟ  ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ସଂଯୋଜନା କରିଥିଲେ ।  ବିଶିଷ୍ଟ ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା  ଭାବ ଓ ଭକ୍ତିରେ ଶ୍ରୀ ଜଗନ୍ନାଥ   ବିଷୟର ଆଲୋଚନା ଚକ୍ର ଉପରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ କୋକସରା ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ, ଜୟପାଟଣା ଇନ୍ଦ୍ରାବତୀ କଲେଜ ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା ,   ଆଞ୍ଚଳିକ ଲୋକ ସାହିତ୍ୟ ଗବେଷକ ବନମାଳୀ ମାଝୀ  ଓ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ ମଞ୍ଚାସୀନ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ  ପ୍ରତିଭାବାନ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ସାମ୍ନାକୁ ଆଣିବା ନିମନ୍ତେ ଓଡ଼ିଆ ବ୍ୟାକରଣ, ଭଜନ,ତର୍କ,ହସ୍ତାକ୍ଷର ,ରଚନା ,ସାଧାରଣ ଜ୍ଞାନ, ଲୋକନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ସମେତ ଅନ୍ୟାନ୍ୟ କାର୍ଯକ୍ରମ ୮ ଦିନ ଧରି   ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଜେତା ମାନଙ୍କୁ  ଓଡ଼ିଆ ଭାଷାକୋଷ, ସହ ଟ୍ରଫି ଓ ମାନପତ୍ର ଦେଇ ଅତିଥି ମାନେ ପୁରସ୍କୃତ କରିଥିଲେ  । ଏହାସହ  ସାମ୍ବାଦିକ ଶରତ ରାଉତ, ସନତ ପ୍ରଧାନୀ, ଦୁଷ୍ମନ୍ତ ପଟ୍ଟଯୋଷୀ, କିଶନ କୁମାର ପଟ୍ଟନାୟକଙ୍କୁ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।
କଲେଜ ପ୍ରାଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ୍ ଅର୍ପଣ କରାଯାଇଥିବା ବେଳେ ଅଧ୍ୟାପିକା କଲ୍ୟାଣୀ ମହାନ୍ତି, ବିରେନ୍ଦ୍ର ନାରାୟଣ ଦାସ, ଭାରତ ଭୁଷଣ ଠାକୁର, ସତ୍ୟ ହଂସ , ଗୀତାଞ୍ଜଳୀ ରାଉତ, ପ୍ରଶାନ୍ତ ଯୋଷୀ, ଶଙ୍କର ସତନମି, ବିଭୁଞ୍ଜାନ ସାହୁ, ଭାଗବତ କଟା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories