www.samajalive.in
Monday, December 8, 2025
14.1 C
Bhubaneswar

ଦୀପାବଳିରେ ମା’ଲକ୍ଷ୍ମୀ ନିକଟରେ ଅର୍ପଣ ହୁଏ ଏହି ପ୍ରସାଦ

ଦୀପାବଳୀରେ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବାର ସ୍ୱତନ୍ତ୍ର ବିଧି ରହିଛି। ଶାସ୍ତ୍ରରେ କୁହାଯାଇଛି ମା’ ଧନଦାତ୍ରୀ ଅଟନ୍ତି। ଏହି ପବିତ୍ର ଦୀପାବଳିରେ ମା’ଙ୍କ ନିକଟରେ ନାଲି ରଙ୍ଗର ଓଢଣୀ ସହ କିଛି ନିର୍ଦ୍ଦିଷ୍ଟ ପ୍ରସାଦ ଅର୍ପଣ କଲେ ବହୁ କୃପା ମିଳିଥାଏ। ଜାଣନ୍ତୁ ତାହା କଣ….
ପାଣି ସିଙ୍ଗଡ଼ା
ଶାସ୍ତ୍ର ଅନୁଯାୟୀ ମା’ଙ୍କୁ ଜଳ ଖୁବ ପସନ୍ଦ। ଏହି କାରଣରୁ ମା’ଙ୍କର ପାଣିର ଫୁଲ, ଫଳ ଖୁବ ପ୍ରିୟ ଅଟେ। ମାନ୍ୟତା ରହିଛି ଯେ ପାଣି ସିଙ୍ଗଡ଼ା ନାମକ ଏକ ଫଳ ମା’ଙ୍କର ପ୍ରିୟ ଅଟେ। ତେଣୁ ଦୀପାବଳି ଦିନ ମା’ଙ୍କ ନିକଟରେ ଏହି ଫଳକୁ ପ୍ରସାଦ ଭାବେ ଅର୍ପଣ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

ବତାଶା
ଏହା ମା’ଙ୍କୁ ଖୁବ ପ୍ରିୟ ଅଟେ। ଦୀପାବଳି ଦିନ ମା’ଙ୍କ ନିକଟରେ ଲଡ଼ୁ, ଗୁଡ଼ରେ ପ୍ରସ୍ତୁତ ମିଠା ଦ୍ରବ୍ୟ ସହ ଏହି ବତାଶାକୁ ଅର୍ପଣ କଲେ ମା’ ବହୁତ ପ୍ରସନ୍ନ ହୋଇଥାଆନ୍ତି।

ନଡ଼ିଆ
ହିନ୍ଦୁଧର୍ମରେ ନଡ଼ିଆକୁ ଶ୍ରୀଫଳ କୁହାଯାଏ। ଏହି ଫଳ ମା’ଲକ୍ଷ୍ମୀଙ୍କର ମଧ୍ୟ ପ୍ର୍ରିୟ ଫଳ ଅଟେ। ତେଣୁ ମା’ଙ୍କୁ ଏହା ଅର୍ପଣ କଲେ, ଗୃହରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ।

ପାନ
ଦୀପାବଳି ପୂଜାରେ ପାନର ଖୁବ ମହତ୍ତ୍ୱ ରହିଛି। ମା’ଲକ୍ଷ୍ମୀଙ୍କ ପୂଜା ସମାପନ ପରେ ଶେଷରେ ମିଠା ପାନ ଅର୍ପଣ କରାଯାଏ। ଏହା ଦ୍ୱାରା ଗୃହରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ପଦ୍ମ ଫଳ
ଏହା ମା’ଙ୍କର ପ୍ରିୟ ପୁଷ୍ପ ପଦ୍ମର ଫଳ ଅଟେ। ତେଣୁ ମା’ଙ୍କ ନିକଟରେ ଏହାକୁ ଅର୍ପଣ କରାଯାଏ।

ଆଲେଖ୍ୟ- ସସ୍ମିତା ମହାନ୍ତି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories