ରାଜ୍ୟସ୍ତରୀୟ ଲନ୍ ବଲ୍ ପ୍ରଶିକ୍ଷଣ ଶିବିରରେ ସମ୍ବଲପୁରର ୮ ପ୍ରତିନିଧି
ସମ୍ବଲପୁର : ଲନ୍ ବଲ୍ ଖେଳ ପାଇଁ ରାଜ୍ୟସ୍ତରୀୟ କୋଚ ଓ ଟେକନିସିଆନ ମାନଙ୍କ ପାଇଁ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଠାରେ ସ୍ଥିତ ଇଣ୍ଡୋର ହଲ ଠାରେ ୩ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି । ୧୭ ତାରିଖରୁ ଆରମ୍ଭ ହୋଇ ଏହି ଶିବିର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଶିକ୍ଷଣ ଶିବିରରେ ସମ୍ବଲପୁରର ୮ ଜଣ ପ୍ରତିନିଧି ରଶ୍ମିତା ପୁରୋହିତ, ବି. ଅଞ୍ଜଳି ରାଓ, ବିଜୟ କୁମାର ଦୋରା, ପୁନମ କାଇରୋ, ଭୀମସେନ ବାରିକ, ତ୍ରିବିକ୍ରମ ରଣା, ପ୍ରତାପ ଚନ୍ଦ୍ର ସେନାପତି ଓ ଚନ୍ଦନ କୁମାର ମାରକର ଅଂଶଗ୍ରହଣ କରୁଛନ୍ତି । ଏହି ପ୍ରଶିକ୍ଷଣ ଶିବିରକୁ ରାଜ୍ୟ ବୋଲିଂ ଆସୋସିଏସ ଏବଂ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ମିଳିତ ଭାବେ ଆୟୋଜନ କରାଯାଇଛି।
Comments are closed.