www.samajalive.in
Sunday, December 7, 2025
23.1 C
Bhubaneswar

ରାସ୍ତା ନାହିଁ ତ ଭୋଟ ନାହିଁ : ୭ଟି ଗ୍ରାମବାସୀଙ୍କ ଚେତାବନୀ

ଲାଞ୍ଜିଗଡ଼: ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ ଆଜି ବି ଗାଁକୁ ନାହିଁ ଭଲ ରାସ୍ତା। ରାସ୍ତା ନାହିଁ ତ ଭୋଟ ନାହିଁ। ଏଭଳି ଚେତାବନୀ ଦେଇଛନ୍ତି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହଲି ପଞ୍ଚାୟତର ବାରଗୁଡା ସମେତ ସାତଗୋଟି ଗ୍ରାମର ଗ୍ରାମବାସୀ । ସୋମବାର ବାରଗୁଡା ଆମ୍ବତୋଟା ଠାରେ ରାସ୍ତା ପାଇଁ ଏକ ବୈଠକ କରି ଯଥାଶୀଘ୍ର ରାସ୍ତା ନିର୍ମାଣ ନହେଲେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ସୂଚନା ଅନୁସାରେ ବାରଗୁଡା ଗାଁ ପଞ୍ଚାୟତ ମୁଖ୍ୟାଳୟ ଠାରୁ ୨ କିମି ଦୂରରେ। ଏହି ଗାଁକୁ ଆଜି ପର୍ୟ୍ୟନ୍ତ ଭଲ ରାସ୍ତା ଖଣ୍ଡିଏ ତିଆରି ହୋଇନାହିଁ । ଗାଁଠୁ ଥୁଆନାଲ ୨ କି.ମି, ପଣଷଗୁଡ଼ା ଦେଢ଼ କି.ମି , ଶୋରଗୁଡ଼ା ଅଢେଇ କି.ମି, ପଟାଙ୍ଗ ପଦର ୨ କି.ମି, ସାନ ଖାଲଗୁଡ଼ା ୩ କି.ମି ଏବଂ ସିର୍କୀଝୁଲକୁ ୨ କି.ମି ଥିବାବେଳେ ଗ୍ରାମବାସୀମାନେ ଚାଲିଚାଲି ଯାତାୟତ କରିଥାନ୍ତି।

ବାରଗୁଡ଼ାରେ ୯୫ ପରିବାର, ପଣଷଗୁଡ଼ାରେ ୨୦ ପରିବାର, ପଟାଙ୍ଗପଦରରେ ୫୦ ପରିବାର, ଶୋରଗୁଡ଼ାରେ ୨୫ ପରିବାର, ସାନ ଖାଲଗୁଡ଼ାରେ ୨୦ ପରିବାର ସମେତ ୨ ଶହରୁ ଉର୍ଦ୍ଧ୍ବ ପରିବାର ଥିବାବେଳେ ୧ ହଜାରରୁ ଉର୍ଦ୍ଧ୍ବ ଭୋଟର ଅଛନ୍ତି। ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ସ୍ୱତ୍ୱେ ଏବେବି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳର ଅନେକ ଗାଁ ଅପହଞ୍ଚ ହୋଇରହିଛି । ରାସ୍ତା ପାଇଁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ସୋମବାର ବାରଗୁଡା ଆମ୍ବତୋଟା ଠାରେ ୭ଟି ଗାଁର ଶତାଧିକ ମହିଳା ଓ ପୁରୁଷ ଭୋଟର ଏକତ୍ରିତ ହୋଇ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଛନ୍ତି । ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ନାରା ଦେଇଛନ୍ତି। ଯଥାଶୀଘ୍ର ଦାବି ପୂରଣ ନହେଲେ ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories