www.samajalive.in
Sunday, December 7, 2025
23.1 C
Bhubaneswar

ଟେକ୍ନିସିଆନଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ଲାଞ୍ଜିଗଡ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗାଁ ନିକଟରେ ଥିବା ଏକ ଭଡାଘରେ ରହୁଥିବା ଅନିଲ ସିଂ(୪୯) ନାମକ ଟେକ୍ନିସିଆନଙ୍କ ମୃତ୍ୟୁ ଘଟିଛି। ହେଲେ ମୃତ୍ୟୁର କାରଣ ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି।

ଲାଞ୍ଜିଗଡ ଥାନା ଏସଆଇ ରମାରମଣୀ ମିଶ୍ରଙ୍କ ତଦନ୍ତ ସୁତ୍ରରୁ ପ୍ରକାଶ ଯେ, ବାହାର ରାଜ୍ୟ ଗୋପାଳଗଞ୍ଜ ଜିଲ୍ଲା ଶିଶିରିଆ ଗ୍ରାମର ଅନିଲ ସିଂ ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ଅଧିନରେ ଥିବା ଜେସିପିଏଲ କମ୍ପାନୀରେ କାମ କରୁଥିବା ବେଳେ ଜଗନ୍ନାଥପୁର ନିକଟରେ ଥିବା ଏକ ଭଡା ଘରେ ରହୁଥିଲେ। ଉକ୍ତ ଘରଟିକୁ ଜେସିପିଏଲ କମ୍ପାନୀ ଭଡାରେ ନେଇଥିଲା ତେଣୁ କମ୍ପାନୀର କର୍ମଚାରୀମାନେ ଆଜିକି ବହୁଦିନ ହେଲା ରହିଆସୁଥିଲେ। କିନ୍ତୁ ଗତ କିଛି ମାସ ହେଲା ଅନିଲ ନିଜ ଘର ବିହାରକୁ ଯାଇ ମାର୍ଚ୍ଚ ମାସ ପୁର୍ବରୁ ଫେରିଥିଲେ। ଏହି ସମୟରେ ତାଙ୍କର ଗେଟ୍ ପାସର ସମୟ ସୀମା ସରିଯାଇଥିଲା। ପୁଣି ପାସ ପାଇଁ ଆବେଦନ କରିଥିଲେ କିନ୍ତୁ ମେଡିକାଲ ଫିଟନେସ ପାଇଁ ଆବେଦନ କରିଥିଲେ କିନ୍ତୁ ତାଙ୍କ ଦେହରେ ହିମୋଗ୍ଲୋବିନ କମ୍ ଓ ଅସୁସ୍ଥ ଯୋଗୁଁ ହୋଇ ପାରିନଥିଲା। ଏହି ଖବର ମଧ୍ୟ ଅନିଲଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ଜଣାଇଦିଆ ଯାଇଥିଲା ବୋଲି କମ୍ପାନୀ କର୍ମଚାରୀ କହିଛନ୍ତି। ପରେ ମାର୍ଚ୍ଚ୨୪ରୁ କରୋନା ଭାଇରସ ଯୋଗୁଁ ଦେଶରେ ତାଲାବନ୍ଧ ହୋଇଥିଲା ସେଥିପାଇଁ ଅନିଲ ନିଜ ଘରକୁ ଯାଇ ପାରି ନଥିଲେ।

- Advertisement -

କମ୍ପାନୀ କର୍ମଚାରୀଙ୍କ କହିବା ଅନୁଯାୟୀ, ଶୁକ୍ରବାର ଦିନ ବେଳେ ନିଜ କୋଠରିରେ ଶୋଇଥିବା ସମୟରେ ପାଖରେ ଥିବା କର୍ମଚରୀ ମାନେ ଅନିଲକୁ ଅସୁସ୍ଥ ଦେଖି ସନ୍ଧ୍ୟା ୬ଟାରେ ଲାଞ୍ଜିଗଡ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ଅନିଲଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଲାଞ୍ଜିଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମୃତ ଅନିଲଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରି ଶବ ବ୍ୟବଚ୍ଛେଦ ପରେ କମ୍ପାନୀ ଆମ୍ବୁଲାନ୍ସରେ ପରିବାର ବର୍ଗ ଲୋକକୁ ଶବ ହସ୍ତାନ୍ତର କରିଛି।ଏନେଇ ପୁଲିସ କେସ ନଂ ୩ ରେ ମାମଲା ରୁଜି କରି ଘଟଣାର ତଦନ୍ତ ଜାରି ରହିଥିବା ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories