www.samajalive.in
Saturday, December 6, 2025
26.1 C
Bhubaneswar

ଶୋଇଥିବା ଅବସ୍ଥାରେ ତଣ୍ଟି କାଟି ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ଲାଞ୍ଜିଗଡ ପୁଲିସ, ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଲାଞ୍ଜିଗଡ଼: ଲାଞ୍ଜିଗଡ ଥାନା ଅର୍ନ୍ତଗତ ସିମେଳଭଟା ଗାଁରେ ଏକ ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା। ସେମେଳଭଟା ଗାଁର ନିଳମଣି ଦଣ୍ଡସେନା ନାମକ ଜଣେ ଯୁବକକୁ ଗତ ୧୮ତାରିଖ ରାତିରେ ନିଜ ଘର ଦୁଆର ମୁହଁରେ ଶୋଇଥିବା ଅବସ୍ଥାରେ ନିର୍ମମ ଭାବେ ତଣ୍ଟିକାଟି ହତ୍ୟା କରାଯାଇଥିଲା। ହତ୍ୟାକାରୀକୁ ଧରିବା ପାଇଁ ଅନେକ ଜାଲ ବିଛାଇଥିଲା ଲାଞ୍ଜିଗଡ ପୁଲିସ। ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସମ୍ପର୍କରେ ବିଭିନ୍ନ ଗାଁକୁ ଯାଇ ଛାନବିନ କରୁଥିଲା। ଦିର୍ଘ ୫ଦିନର ତଦନ୍ତ ପରେ ଲାଞ୍ଜିଗଡ ପୁଲିସକୁ ସଫଳତା ମିଳିଛି। ଆଜି ତିନିଜଣ ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ନିଳମଣି ଦଣ୍ଡସେନାଙ୍କ ହତ୍ୟା ଗୁଣିଗାରେଡି ସନ୍ଦେହରେ ହୋଇଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ପୁଲିସର ସୂଚନା ଅନୁସାରେ ସିମିଳିଭଟା ଗାଁର ବିଶ୍ୱ ଲୋହରା(୨୬)କୁ ଦେହ ଖରାପ ହୋଇଥିଲା। ଅନେକ ଚିକିତ୍ସା ପରେ ମଧ୍ୟ ଦେହ ଭଲ ହୋଇନଥିବାରୁ ସେ ନିଳମଣି ଦଣ୍ଡସେନାକୁ ମୋ ଦେହରେ ଗୁଣି କରେଇଛି ବୋଲି ସନ୍ଦେହ କରିଥିଲା। ସେ ଦିନଠୁ ନିଳମଣି ଦଣ୍ଡସେନା ଉପରେ ବିଶ୍ୱ ଲୋହରା ରାଗ ରଖିଥିଲା ମୈାକା ଦେଖି ନିଳମଣିକୁ ରାସ୍ତାରୁ ହଟାଇ ଦେବା ପାଇଁ ଚେଷ୍ଟା କରୁଥିଲା। ଏହି ସୁଯୋଗରେ ସେ ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ସ୍ଥିତ ପରଡିଗୁଡା ଗାଁର କାଡ୍ରାକା ଆପାରାଓ (୨୪) ଓ ଚିନ୍ତାମଣି କୁଲଶିକା (୧୯) ସହିତ ସାକ୍ଷାତ ହୋଇ ସିମିଳିଭଟା ଗାଁକୁ ଡାକିଥିଲା। ଗାଁକୁ ଆସିଲା ପରେ ବିଶ୍ୱ ଲୋହରା ସେମାନଙ୍କୁ ମଦ ପିଆଇ ନିଳମଣିକୁ ହତ୍ୟା କରିବା ପାଇଁ କହିଥିଲା। ଗତ ୧୮ତାରିଖ ଦିନ ରାତି ନିଜ ଘର ମୁହଁରେ ନିଳମଣି ଶୋଇଥିବା ବେଳେ କାଡ୍ରାକା ଆପାରାଓ ଓ ଚିନ୍ତାମଣି କୁଲଶିକା ଏକ ଧାରୁଆ ଟାଙ୍ଗିଆରେ ଗଳାକାଟି ହତ୍ୟା କରିଥିଲେ ଓ ହତ୍ୟା କଲାପରେ ସେମାନେ ପିନ୍ଧିଥିବା ପେଣ୍ଟସାର୍ଟ ଓ ଧାରୁଆ ଟାଙ୍ଗିଆକୁ ଗାଁ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇ ନିଜ ଗାଁକୁ ଚାଲିଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ପୁଲିସ ଶବ ଜବତ କରିବା ସହ ସନ୍ଧାନି କୁକୁର ଓ ସାଇଣ୍ଟିଫିକ୍ ଟିମ ଦ୍ୱାରା ତଦନ୍ତ କରିଥିଲେ।ସନ୍ଦେହରେ ଥିବା ଅନେକ ଲୋକଙ୍କୁ ଥାନାରେ ଅଟକ ରଖି ପଚର ଉଚରା କରିଥିଲା। ଦିର୍ଘ ୫ଦିନ ପରେ ଏହି ଘଟଣା ପର୍ଦ୍ଦାଫାସ କରିଛି ଲାଞ୍ଜିଗଡ ପୁଲିସ। ଆଜି ହତ୍ୟାକାରୀ ତିନିଜଣଙ୍କୁ ଗିରଫ କରି ଲାଞ୍ଜିଗଡ ଥାନା କେସ ନଂ ୪୩/୨୦୨୧ରେ ଏକ କେସ ରୁଜୁକରି କୋର୍ଟ ଚାଲାଣ କରାଯାଥିଲା। ଏହି ହତ୍ୟାକାଣ୍ଡର ତଦନ୍ତରେ ଲାଞ୍ଜିଗଡ ଆଇଆଇସି ସତ୍ୟାନନ୍ଦ ପାତ୍ର,ଏସଆଇ ରମାରମଣି ମିଶ୍ର,ଏସଆଇ ଆଲୋକ ମହାପାତ୍ର ଓ ଏଏସଆଇ ସୁନିଲ ପ୍ରଧାନ ପ୍ରମୁଖ ଦିନତାରି ଏକ କରି ହତ୍ୟାକାରୀ ମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତ ମାନଙ୍କୁ ଧରିବା ପରେ ଲାଞ୍ଜିଗଡ ପୁଲିସକୁ ପ୍ରଶଂସାର ସୁଅ ଛୁଟିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories