www.samajalive.in
Sunday, December 14, 2025
26.1 C
Bhubaneswar

କରୋନାର କାରୁଣ୍ୟ…ଟିକା ପାଇଁ ୫୦ କିଲୋମିଟର

ରେଙ୍ଗାଲି: କରୋନା ମହାମାରୀ ସଂକ୍ରମଣ ଯୋଗୁ ସବୁ ଆଡେ ହାହାକାର ଏବଂ ତ୍ରାହି ତ୍ରାହି ଡାକ ପଡୁଛି । ଏଥିରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ୍‍ ପାଇଁ ଗ୍ରାମାଞ୍ଚଳର ଲୋକେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ୧୮ ରୁ ୪୫ ବର୍ଷ ବୟସ୍କଙ୍କ ପାଇଁ କେବଳ ସହରରେ ଟିକା ଦାନର ବ୍ୟବସ୍ଥା ଗ୍ରାମାଞ୍ଚଳ ବାସିନ୍ଦାଙ୍କ ପାଇଁ କାଳ ହୋଇଛି। କରୋନାରୁ ଜୀବନ ବଞ୍ଚାଇବାକୁ ସମ୍ବଲପୁରରୁ ୫୦ କିଲୋମିଟର ଦୂରତାରେ ଥିବା ଲଇଡା ଗ୍ରାମର ୩ଜଣ ସ୍ଲଟ୍‍ ବୁକିଂରେ ସମ୍ବଲପୁରକୁ ଟିକା ନେବ ପାଇଁ ଗାଡି ଭଡା କରି ଯାଇଥିବା ଭଲି ଘଟଣା ଦେଖିବାକୁ ମିଳିଛି। ୧୮ ରୁ ୪୫ ବର୍ଷ ବୟସ୍କଙ୍କୁ ଟିକା ଦେବାରେ ପ୍ରଶାସନର ସହରାଞ୍ଚଳ ପ୍ରେମ ଗ୍ରାମାଞ୍ଚଳରେ ରହୁଥିବା ଧନୀ ଶ୍ରେଣୀ ଲୋକଙ୍କୁ ସେତେ ଫରକ୍‍ ପଡୁନାହିଁ। କିନ୍ତୁ ଗରୀବ ଶ୍ରେଣୀର ଲୋକେ ଗାଡି ଭଡା କରି ୫୦ କିଲୋମିଟର ଯିବା କତେ ଦୂର ସମ୍ଭବ ତାହା ବିଚାର ସାପେକ୍ଷ। କରୋନା ଯୋଗୁଁ ସମସ୍ତ ଯାତ୍ରୀବାହୀ ବସ୍‍ ଚଳାଚଳ ବନ୍ଦ ଥିବା ବେଳେ ଗରିବ ଖଟିଖିଆ ବର୍ଗ ର ଲୋକେ ସହରକୁ ଯାଇ ଟିକା ନେବା ଅସମ୍ଭବ ହୋଇ ପଡିଛି। ସହରକୁ ଯାଇ ଟିକା ନେବାର ସାମର୍ଥ୍ୟ ନଥିବାରୁ ଗରିବ ଖଟିଖୀଆ ପରିବାର ଭାଗ୍ୟକୁ ଆଦରି ପଡି ରହିଛନ୍ତି। ପ୍ରଶାସନ ତଥା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମାଞ୍ଚଳରେ ରହୁଥିବା ୧୮ ରୁ୪୫ ବର୍ଷ ବୟସ୍କଙ୍କ ପାଇଁ ସଂପୃକ୍ତ ଅଞ୍ଚଳରେ ଥିବା ଡାକ୍ତରଖାନାମାନଙ୍କରେ ଟୀକା ଦେବାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories