www.samajalive.in
Monday, December 15, 2025
15.1 C
Bhubaneswar

କରୋନାର କାରୁଣ୍ୟ… ଟିକା ପାଇଁ ୫୦ କିଲୋମିଟର

ରେଙ୍ଗାଲି : କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟିକା ନେବା ନିମନ୍ତେ ଗ୍ରାମାଞ୍ଚଳର ଲୋକେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ୧୮ ରୁ ୪୫ ବର୍ଷ ବୟସ୍କଙ୍କ ପାଇଁ କେବଳ ସହରରେ ଟିକା ଦାନର ବ୍ୟବସ୍ଥା ଗ୍ରାମାଞ୍ଚଳ ବାସିନ୍ଦାଙ୍କ ପାଇଁ କାଳ ହୋଇଛି। କରୋନାରୁ ଜୀବନ ବଞ୍ଚାଇବାକୁ ସମ୍ବଲପୁରରୁ ୫୦ କିଲୋମିଟର ଦୂରତାରେ ଥିବା ଲଇଡା ଗ୍ରାମର ୩ଜଣ ସ୍ଲଟ୍‍ ବୁକିଂରେ ସମ୍ବଲପୁରକୁ ଟିକା ନେବ ପାଇଁ ଗାଡି ଭଡା କରି ଯାଇଥିବା ଭଳି ଘଟଣା ଦେଖିବାକୁ ମିଳିଛି। ୧୮ ରୁ ୪୫ ବର୍ଷ ବୟସ୍କଙ୍କୁ ଟିକା ଦେବାରେ ପ୍ରଶାସନର ସହରାଞ୍ଚଳ ପ୍ରେମ ଗ୍ରାମାଞ୍ଚଳରେ ରହୁଥିବା ଧନୀ ଶ୍ରେଣୀ ଲୋକଙ୍କୁ ସେତେ ଫରକ୍‍ ପଡୁନାହିଁ। କିନ୍ତୁ ଗରୀବ ଶ୍ରେଣୀର ଲୋକେ ଗାଡି ଭଡା କରି ୫୦ କିଲୋମିଟର ଯିବା କତେ ଦୂର ସମ୍ଭବ ତାହା ବିଚାର ସାପେକ୍ଷ। କରୋନା ଯୋଗୁଁ ସମସ୍ତ ଯାତ୍ରୀବାହୀ ବସ୍‍ ଚଳାଚଳ ବନ୍ଦ ଥିବା ବେଳେ ଗରିବ ଖଟିଖିଆ ବର୍ଗର ଲୋକେ ସହରକୁ ଯାଇ ଟିକା ନେବା ଅସମ୍ଭବ ହୋଇ ପଡିଛି। ସହରକୁ ଯାଇ ଟିକା ନେବାର ସାମର୍ଥ୍ୟ ନଥିବାରୁ ଗରିବ ଖଟିଖୀଆ ପରିବାର ଭାଗ୍ୟକୁ ଆଦରି ପଡି ରହିଛନ୍ତି। ପ୍ରଶାସନ ତଥା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମାଞ୍ଚଳରେ ରହୁଥିବା ୧୮ ରୁ୪୫ ବର୍ଷ ବୟସ୍କଙ୍କ ପାଇଁ ସଂପୃକ୍ତ ଅଞ୍ଚଳରେ ଥିବା ଡାକ୍ତରଖାନା ମାନଙ୍କ ରେ ଟିକା ଦେବାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories