www.samajalive.in
Saturday, December 6, 2025
26.1 C
Bhubaneswar

ଚେନ୍ନାଇରାଧା ଓ ବେଦାନ୍ତ ଲିମିଟେଡ୍ ତରଫରୁ ରକ୍ତଦାନ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ପାୱାର ପ୍ଲାଣ୍ଟ ଦାୟିତ୍ୱରେ ଥିବା ସୁନାମଧନ୍ୟ ଚେନ୍ନାଇରାଧା ଇଞ୍ଜିନିୟରିଂ ୱାର୍କ୍‌ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏସ୍‌. ଭେଙ୍କଟେସନ୍‌ଙ୍କ ୭୭ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ପ୍ଲାଣ୍ଟ ହସ୍ପିଟାଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଚେନ୍ନାଇରାଧା ଇଞ୍ଜିନିୟରିଂ ୱାର୍କସ ଏବଂ ବେଦାନ୍ତ ଲିମିଟେଡର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ବେଦାନ୍ତ ଲିମିଟେଡ ପାୱାର ପ୍ଲାଣ୍ଟ ମୁଖ୍ୟ ସୁସୀମ ବେହେରା ଉଦ୍‌ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ଚେନ୍ନାଇରାଧାର ରେସିଡେଣ୍ଟ ମ୍ୟାନେଜର ଦିଲିପ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଚେନାଇରାଧାର ସମସ୍ତ କର୍ମଚାରୀଙ୍କ ସହିତ ବେଦାନ୍ତ ପ୍ଲାଣ୍ଟ ହସ୍ପିଟାଲ ପକ୍ଷରୁ ଅତନୁ ମହାପାତ୍ର, ଧନଞ୍ଜୟ ଦୀପ, ନିହାରରଞ୍ଜନ ପଣ୍ଡା, ଆଶିଷ ସ୍ୱାଇଁ, ଥୋମାସ ହିଆଲ, ପଙ୍କଜିନୀ ରାଉତ, ଲମ୍ବୋଦର ସାହୁ, ସୁମନ କୁମାର ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଭବାନୀପାଟଣା ରକ୍ତଭଣ୍ଡାର ତରଫରୁ ଅଜିତ ନାଏକ, ଡମ୍ବରୁଧର ସାହୁ, ଗିରିଶ କୁମାର ନାଏକ, ସଞ୍ଜୀବ ମହାକୁଡ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ୬୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

ଅନ୍ୟପକ୍ଷରେ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ଜନ୍ମଦିନକୁ ପାଳନ କରିବାକୁ ଯାଇ ଚେନ୍ନାଇରାଧା ପକ୍ଷରୁ ବେଦାନ୍ତ ପାଉଁଶ ପୋଖରୀ କଡରେ ୭୭ଗୋଟି ବୃକ୍ଷରୋପଣ କରାଯାଇଥିଲା। ଏହାସହିତ ମୁନିଗୁଡା ନ୍ୟୁ ହୋପ ପୁନର୍ବାସ କେନ୍ଦ୍ରଠାରେ କୁଷ୍ଠରୋଗୀଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories