www.samajalive.in
Monday, December 8, 2025
14.1 C
Bhubaneswar

ସର୍ବଶ୍ରେଷ୍ଠ ଜିଲା କ୍ୟାମ୍ପୋରୀ ଆୟୋଜକ ଭାବରେ ଉଚ୍ଚ ପ୍ରଶଂସିତ ହେଲେ ବରଗଡ଼ ଜିଲା ଶିକ୍ଷାଧିକାରୀ

ରେଙ୍ଗାଲକ୍ୟାମ୍ପ : ମହାମାରୀ କରୋନାର କରାଳ ଚକ୍ରବ୍ୟୁହ ଭିତରେ ମଣିଷ ଦୀର୍ଘ ଦୁଇବର୍ଷ ଧରି ଘର ଭିତରେ ଏକ ପ୍ରକାର ବନ୍ଦୀ ହୋଇ ଯାଇଥିଲା । ଏହି ସମୟ ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁତ କ୍ଷତିକାରୀ ସାବ୍ୟସ୍ତ ହୋଇଥିଲା। ସେମାନଙ୍କର ପାଠପଢା ବ୍ୟାଘାତ ହେବା ସହିତ ବିଭିନ୍ନ ପ୍ରକାର ସହ ଶିକ୍ଷା କାର୍ଯ୍ୟକ୍ରମରୁ ମଧ୍ୟ ବଞ୍ଚିତ ରହିଥିଲେ। ଯାହା ତାଙ୍କର ସୃଜନ ଶକ୍ତିକୁ ବିକଶିତ କରିଥାଏ, ପ୍ରତିଭାକୁ ଉନ୍ମୋଚିତ କରିଥାଏ। ଏହାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ମୁଖ୍ୟ କମିଶନର ମିତ୍ରଭାନୁ କଛପ କରୋନାର ପ୍ରଭାବ କିଛିଟା କମିଗଲା ପରେ ଜିଲ୍ଲାରେ ଏକ କ୍ୟାମ୍ପୋରୀ ‘ବିଶ୍ୱାସ’ର ଆୟୋଜନ କରିଥିଲେ, ପିଲାମାନଙ୍କ ଭିତରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ଜାଗ୍ରତ କରିବା ପାଇଁ । ପୁଣିଥରେ ତାଙ୍କ ମନରେ ସେଇ ବିଶ୍ୱାସ ଆଣିବା ପାଇଁ, ଯେ କରୋନା ଭଳି ମହାମାରୀ ସହିତ ମଧ୍ୟ ସାହସର ସହିତ ମୁକାବିଲା କରିବାର ସାହସ ତାଙ୍କ ପାଖରେ ରହିଛି। ଏହା ବ୍ୟତୀତ ଜିଲ୍ଲା ସ୍କାଉଟ୍ ଗାଇଡ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସହିତ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଥିଲା । ତେଣୁ ଶ୍ରେଷ୍ଠ ଜିଲ୍ଲା କ୍ୟାମ୍ପୋରୀ ୨୦୨୧ର ଆୟୋଜକ ଭାବରେ ତାଙ୍କୁ ଓଡ଼ିଶା ଭାରତ ସ୍କାଉଟ ଗାଇଡ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇ ସମ୍ମାନିତ କରାଯାଇଛି। ମହାମହିମ ରାଜ୍ୟପାଳ ଗଣେଶୀଲାଲଙ୍କ ନିକଟରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଭାରତ ସ୍କାଉଟ ଗାଇଡର ରାଜ୍ୟ ସଭାପତି ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ମହିଳା କମିଶନର ମିନତି ବେହେରା, ଜଷ୍ଟିସ ରଞ୍ଜନ ମହାନ୍ତି, ‘ସମାଜ’ ଖବର କାଗଜର ମୁଖ୍ୟ ପୁରୋଧା ନିରଞ୍ଜନ ରଥ, ବରିଷ୍ଠ ପ୍ରଶାସକ ଶାଶ୍ୱତ ମିଶ୍ର, ରାଜ୍ୟ ସ୍କାଉଟ ଗାଇଡର ମୁଖ୍ୟ କମିଶନର କାଳିପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ସହିତ ରାଜ୍ୟର ୬ଟି ଜିଲାକୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ଶାରୀରିକ ନିରୀକ୍ଷକ ତଥା ଜିଲା ସ୍କାଉଟ ଗାଇଡ ସମ୍ପାଦକ ଆଶୁତୋଷ ଦେ ଏହି କ୍ୟାମ୍ପୋରୀର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରି କ୍ୟାମ୍ପୋରୀକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ । ତେଣୁ ଶ୍ରୀ ଦେ ମଧ୍ୟ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ଜିଲ୍ଲା କମିଶନର ଶ୍ରୀ କଛପଙ୍କ ସହ ସମ୍ମାନ ଗ୍ରହଣ କରିଥିଲେ। ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ଏହି ଅବସରରେ ଜିଲ୍ଲା ସ୍କାଉଟ ଗାଇଡ ତଥା କଵ ବୁଲବୁଲମାନେ, ଯେଉଁମାନେ ରାଜ୍ୟ ପୁରସ୍କାର ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ, ସେମାନେ ମଧ୍ୟ ରାଜ୍ୟପାଳଙ୍କଠାରୁ ମାନପତ୍ର ଗ୍ରହଣ କରିବା ପାଇଁ ୧୪ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଟପ୍ପର ଛାତ୍ରୀ ମନିଷା ମେହେର ଓ ଲେବିଡିସ୍କୁଲର ତେଜରାଜ ଭୋଇ ସାର୍ଟିଫିକେଟ ଗ୍ରହଣ ପାଇଁ ମନୋନୟନ ପ୍ରକ୍ରିୟାରେ ମନୋନୀତ ହୋଇଥିଲେ । ସେହିପରି ଖଜୁର୍ ଟିକ୍ରା ପ୍ରାଥମିକ ବିଦ୍ୟାଳୟର ଶୁଭମ୍ ମହାପାତ୍ର ଓ ରୋସନି ରାଉତ ମଧ୍ୟ ରାଜ୍ୟପାଳଙ୍କଠାରୁ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଏହା ଜିଲ୍ଲା ପାଇଁ ଅତି ଗୌରବର ବିଷୟ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗାଇଡ ତାଲିମ କମିଶନର ଅନୁସୂୟା ଦେବତା, ସ୍କାଉଟ୍ ମାଷ୍ଟର ଗିରିଧାରୀ ଡନସନା ଓ ଫକ୍ ଲିଡର ଝରଣା ଦାଶ ମଧ୍ୟ ଯୋଗ ଦେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories