ସେର୍କୋଝୁଲା ଗାଁ ନିକଟରେ ଓଲଟିଲା ଟ୍ରାକ୍ଟର ;୧୧ ଗୁରୁତର
ସୂଚନା ମୁତାବକ ଲାଞ୍ଜିଗଡ ବ୍ଳକ ବିଜେପୁର ଥାନା ଅନ୍ତର୍ଗତ ଡ଼ଙ୍ଗାମୁଣ୍ଡି ଗ୍ରାମର ପ୍ରାୟ ୩୫ ଜଣ ମହିଳା ଓ ପୁରୁଷ ଏକ ଟ୍ରାକ୍ଟର ଭଡାକରି ବାହାଘର ଭୋଜି ଖାଇବା ପାଇଁ ପାହାଡ଼ପଦର ପଞ୍ଚାୟତର ପୁଞ୍ଜାମ ଗାଁକୁ ଯାଇଥିଲେ। ଭୋଜି ଖାଇ ନିଜ ଗାଁକୁ ଫେରୁଥିବା ସମୟରେ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ସେର୍କୋଝୁଲା ନିକଟରେ ଟ୍ରାକ୍ଟର ଓଲଟି ଯିବା ଫଳରେ ବସିଥିବା ୩୫ ଜଣ ମଧ୍ୟରୁ ୧୧ ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୬ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ବଙ୍କାକୁଣ୍ଡରୁ ମା’ ସନ୍ତୋଷ ଜନକଲ୍ୟାଣ ଡାକ୍ତରଖାନା ପରିଚାଳକ ଚିତରଞ୍ଜନ ନନ୍ଦ ନେତୃତ୍ୱରେ ଏମଏଚୟୁ ଟିମ ଓ ଡାକ୍ତରଖାନା କର୍ମଚାରୀ ଡ଼. ସମରେନ୍ଦ୍ର ପାତ୍ର, ଭଗବାନଙ୍କ ଚନ୍ଦ୍ର ପ୍ରଧାନ,ଭାବ ଶଙ୍କର ଦେଇ, ଏଲଟି ଅରୁଣ କୁମାର ସେଠ,ଏଏନଏମ୍ ସୁମିତ୍ରା ହରିଜନ ଓ ଚନ୍ଦନ ବାଗ ସମେତ ବିଜେପୁର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ନିରାକାର ବାଗ ଘଟଣା ସ୍ଥଳରେ ପହଞ୍ଚି ମେଡିକାଲ ଏମଏଚୟୁ ଗାଡି ସାହାଯ୍ୟରେ ସମସ୍ତ ଆହାତଙ୍କୁ ବଙ୍କାକୁଣ୍ଡରୁ ଡାକ୍ତରଖାନାକୁ ଅଣାଯାଇଥିଲା।
ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ୫ ଜଣ ଗୁରୁତର ନର୍ଶୀ ମାଝୀ, ଶୁକ୍ରୁ ମାଝୀ, ନିଳ ମାଝୀ, ଶୁଶିଳା ମାଝୀ ଓ ଜୟନ୍ତ ମାଝୀଙ୍କୁ ବଙ୍କାକୁଣ୍ଡରୁ ଏମଏଚୟୁ ଗାଡି ସାହାଯ୍ୟରେ ଲାଞ୍ଜିଗଡ ବେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ବିଜେଡି କର୍ମୀ ସୁବାଷ ଚନ୍ଦ୍ର ଅଗ୍ରୱାଲ ଓ ପାତ୍ର ମାଝୀ ବେଦାନ୍ତ ମେଡ଼ିକାଲରେ ପହଞ୍ଚିବା ପରେ ଗୁରୁତର ଆହତ ଜୟନ୍ତ ମାଝୀକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଆଉ ୬ ଜଣ ଜଗନ୍ନାଥ ମାଝୀ,ବୁଦୁରି ମାଝୀ, ନକୁଳ ମାଝୀ, ସଦା ମାଝୀ, ନିଳ ମାଝୀ ଓ ଲିପା ମାଝୀଙ୍କୁ ବଙ୍କାକୁଣ୍ଡରୁ ଡାକ୍ତରଖାନାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ସିଏଚସି କୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ବଙ୍କାକୁଣ୍ଡରୁ ଡାକ୍ତରଖାନାରେ ସାମାନ୍ୟ ଆହତ ୧୬ ଜଣ ଭର୍ତ୍ତି ହୋଇ ପ୍ରାଥମିକ ଚିକିତ୍ସା ଚାଲିଥିବା ଡାକ୍ତରଖାନା ପରିଚାଳକ ଚିତରଞ୍ଜନ ନନ୍ଦ ସୂଚନା ଦେଇଛନ୍ତି।
Comments are closed.