ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଲାଞ୍ଜିଗଡ଼ରେ ଭକ୍ତଙ୍କ ବିଶାଳ ଶୋଭାଯାତ୍ରା

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡଠାରେ ଶ୍ରୀରାମ ରଥ ଓ ନଗର ସଂକୀର୍ତ୍ତନ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ପୂଜନ ଉତ୍ସବ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ। ସୋମବାର ସକାଳୁ ଜିଲ୍ଲାର ପୁରପଲ୍ଲୀରେ ପୂଜନ ଉତ୍ସବ ମହାସମାରୋହରେ ପାଳନ କରାଯାଉଛି। ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ଜୟ ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହୋଇଉଠୁଛି। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ ବଜରଙ୍ଗ ସେନା, ଯୁବଗୋଷ୍ଠି ଓ ଲାଞ୍ଜିଗଡ ଅଞ୍ଚଳର ଶ୍ରୀରାମ ଭକ୍ତବୃନ୍ଦ ହଜାର ହଜାର ସଂଖ୍ୟାରେ ଯୋଗଦେଇ ରାଜାପଡାସ୍ଥିତ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରୁ ଶ୍ରୀରାମଙ୍କ ସୁସଜ୍ଜିତ ରଥ ସହିତ ସଂକୀର୍ତ୍ତନ ମଣ୍ଡଳୀ ବୃନ୍ଦଙ୍କ ସହ ଲାଞ୍ଜିଗଡ ସହରର ପ୍ରେତ୍ୟେକ ପଡା ପରିଭ୍ରମଣ କରିଥିଲେ। ଏହି ରଥକୁ ଲାଞ୍ଜିଗଡ଼ର ପ୍ରତ୍ୟେକ ପଡାରେ ଘରେ ଘରେ ମହିଳାମାନେ ଧୂପ ଦୀପ ଦେଇ ବନ୍ଦାପନା କରିଥିବା ଦେଖିବାକୁ ମିଳିଥିଲା। ଜୟ ଶ୍ରୀରାମ ନାରାରେ ଅଞ୍ଚଳ ପ୍ରକମ୍ପିତ ହେଉଥିବା ବେଳେ ଲାଞ୍ଜିଗଡ ଅଞ୍ଚଳରେ ବର୍ଣ୍ଣାଢ୍ୟ ପରିବେଶ ସୃଷ୍ଟି ହେଇଥିଲା। ଲାଞ୍ଜିଗଡର ବିଭିନ୍ନ ପଡା ପରିକ୍ରମା ପରେ ଲାଞ୍ଜିଗଡ ରାଜା ଉଆସରେ ଥିବା ଗୋପୀନାଥ ମନ୍ଦିର ପ୍ରାଙ୍ଗଣକୁ ଫେରିବା ପରେ ସେଠାରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Comments are closed.