www.samajalive.in
Sunday, December 7, 2025
18.1 C
Bhubaneswar

ସିବିଏସଇ ଜୋନାଲସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତା; କଳାହାଣ୍ଡି ପାଇଁ କଳ୍ପିତା ଆଣିଲେ ରୌପ୍ୟ ଓ କାଂସ୍ୟ ପଦକ

ଲାଞ୍ଜିଗଡ: କଲକତାର ନଦିଆ ଜିଲ୍ଲା ଖରଦାପଡାସ୍ଥିତ ଚେଟେର୍ଜି ନୋବେଲେ ସ୍କୁଲରେ ଅକ୍ଟୋବର ୧୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସିବିଏସଇ ଜୋନସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଇଣ୍ଟରନେସନାଲ ସ୍କୁଲର ୬ ଜଣ ପ୍ରତିଯୋଗୀ ହିତେଶ କୁମାର ମହାଖୁଡ, କ୍ଷୀରୋଦ କୁମାର, ସଙ୍ଗୀତା ମାଝୀ ଓ ପିଭି ଶ୍ରୀ ପୁଜିତା, ଓମକାର ମାଝୀ ଓ କଳ୍ପିତା ପ୍ରଧାନ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରୁ କଳ୍ପିତା ପ୍ରଧାନ ୧୪ ବର୍ଷରୁ କମ ବର୍ଗରେ ଭାଗ ନେଇ ୨୦ ମିଟର ପ୍ରତିଯୋଗିତାରେ ରୌପ୍ୟ ଓ ୩୦ ମିଟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରି ସ୍କୁଲ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ଖେଳାଳିମାନେ କୋଚ୍ ସୀମାଞ୍ଚଜ କାଟ୍ରାକା ଓ ଟିମ୍ ମ୍ୟାନେଜର ଶିକ୍ଷକ ପଲାସ ଚାଟାର୍ଜୀଙ୍କ ନେତୃତ୍ୱରେ କଲିକତା ଗସ୍ତ କରିଥିଲେ। ସୀମାଞ୍ଚଳ ଲାଞ୍ଜିଗଡ଼ ବେଦାନ୍ତ ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ ତାଲିମଦାତା ଭାବେ କାର୍ଯ୍ୟ କରୁଛନ୍ତି। କଳ୍ପିତା ୨ ଗୋଟି ପଦକ ହାସଲ କରି ଆସନ୍ତା ନଭେମ୍ବର ୬ ତାରିଖରେ ଡେରାଡୁନଠାରେ ହେବାକୁ ଥିବା ସିବିଏସଇ ଜାତୀୟସ୍ତର ପାଇଁ ମନୋନୀତ ହୋଇଛନ୍ତି। ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ବେଳେ ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତା, ବେଦାନ୍ତ ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ସ୍କୁଲ ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ, ବେଦାନ୍ତ ସିଏସଆର ଅଭିନଭ ପ୍ରତାପ, ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦାନ୍ତ ଲିମିଟେଡ଼ କର୍ମଚାରୀମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories