ଲାଞ୍ଜିଗଡ଼ରେ ମୁଖ୍ୟମନ୍ତ୍ରୀ ସଭାଗୃହ ଓ ପ୍ରହରୀ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ
ଲାଞ୍ଜିଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ସାପ୍ତାହିକ ହାଟ ପ୍ରାଙ୍ଗଣରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ପାଣ୍ଠିରୁ ନିର୍ମାଣ ହେବାକୁ ଥିବା ୪୦ ଲକ୍ଷ ଅନୁଦାନ ରାଶିରେ ମୁଖ୍ୟମନ୍ତ୍ରୀ ସଭାଗୃହ ଏବଂ ଲାଞ୍ଜିଗଡ଼ ପଞ୍ଚାୟତ ପାଣ୍ଠିରୁ ୫ ଲକ୍ଷ ଅନୁଦାନ ରାଶିର ପ୍ରହରୀ ମଣ୍ଡପର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଆଞ୍ଚଳିକ ବିକାଶ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଲାଞ୍ଜିଗଡ ସରପଞ୍ଚ ସରସ୍ଵତୀ ମୁଣ୍ଡା, ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେ଼ଇ, ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ଲାଞ୍ଜିଗଡ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ଵଜ ପେଶନିଆ, ବ୍ଳକ ପୂର୍ବ ଅଧ୍ୟକ୍ଷ ମନୋହର ହରପାଲ, ବିଜେଡି ଜିଲ୍ଲା ସମ୍ପାଦକ ଜଗଦୀଶ ବେନିଆ, ଲାଞ୍ଜିଗଡ଼ ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ସିଂଦେଓ, ବିଜେଡି ଯୁବ ନେତା ହିମାଦ୍ରୀ ପେସନିଆ, ବିଜେଡି ଜିଲ୍ଲା ସମ୍ପାଦକ ପାତ୍ର ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ମୁଖ୍ୟମନ୍ତ୍ରୀ ସଭାଗୃହ ଓ ପ୍ରହରୀ ମଣ୍ଡପର ଭିତ୍ତିଭୂମି ପୂଜନରେ କର୍ତ୍ତା ଭାବେ ଯୁଜେଷ୍ଟି ପାତ୍ର ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ପାତ୍ର ଦାୟିତ୍ୱ ତୁଲାଇଥିଲେ। ପୂଜକ ନିକୁଞ୍ଜ ଶତପଥୀ ପୂଜା କାର୍ଯ୍ୟ ସଂପାଦନ କରିଥିବା ବେଳେ ଦୀନବନ୍ଧୁ ବାରିକ ସହଯୋଗ କରିଥିଲେ।
Comments are closed.