www.samajalive.in
Monday, December 15, 2025
24.1 C
Bhubaneswar

ଗୋବର୍ଦ୍ଧନପୁରରେ ୭୧ତମ ବନ ମହୋତ୍ସବ ପାଳିତ ; ଜଣେ ବ୍ୟକ୍ତି, ଦଶଟି ଗଛର ଆହ୍ୱାନ

ଲାଞ୍ଜିଗଡ଼ : ବିଶ୍ୱ ତାପାୟନ ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ପାଲଟିଥିବାବେଳେ କ୍ଷୟପ୍ରାପ୍ତ ଜଙ୍ଗଲର ସୁରକ୍ଷା ଓ ନୂତନ ବନୀକରଣ ଏବେ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳନ କରାଯାଉଥିବାବେଳେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ ସିକେରକୁପା ସେକ୍ସନର ପାଣିମୁଣ୍ଡା ବିଟ୍‍ ପକ୍ଷରୁ ଗୋବର୍ଦ୍ଧନପୁରଠାରେ ୭୧ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଉଦ୍‍ଘାଟନ କରିବା ସହ ଲୋକଙ୍କୁ ଗଛ ଲଗାଇବାର ଉପକାରିତା ସଂପର୍କରେ ଉଦ୍‍ବୋଧନ ଦେଇଥିଲେ। ଏହାସହ ଜଣେ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ ଦଶଟି ଗଛ ଲଗାଇ ଏହାର ଯତ୍ନ ନେବାକୁ ସେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସିକେରକୁପା ଫରେଷ୍ଟର ଚିତ୍ତରଞ୍ଜନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପାଣିମୁଣ୍ଡା ବିଟ୍‍ ଫରେଷ୍ଟ ଗାର୍ଡ଼ ସୁଶାନ୍ତି ବୁଦ୍ଧିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଫରେଷ୍ଟ ଗାର୍ଡ଼ ସୌଭାଗ୍ୟରଞ୍ଜନ ପଣ୍ଡା, ଶାନ୍ତିଲତା ପାଢୀ, ବବଲୁ ନାଏକ ପ୍ରମୁଖ ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ ଯେ, ପାଣିମୁଣ୍ଡା ବିଟରେ ବନବିଭାଗ ପକ୍ଷରୁ ଏକ ଚାରାକେନ୍ଦ୍ର ସ୍ଥାପନ କରାଯାଇଥିବାବେଳେ ଏଥିରେ ଶିଶୁ, କରଞ୍ଜ, ଶାଗୁଆନ ଆଦି ଚାରା ଉତ୍ପାଦନ କରାଯାଉଛି। ଏହି ଚାରାକୁ ନେଇ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଅଞ୍ଚଳରେ ବ୍ୟାପକ ବନୀକରଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତାବ ରହିଥିବା ଜଣାଯାଏ। ସେହିପରି ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀଙ୍କ ନେତୃତ୍ୱରେ ଚମ୍ପାଦେଇପୁରଠାରେ ୭୧ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories