www.samajalive.in
Monday, December 15, 2025
14.1 C
Bhubaneswar

ମାଣତ୍ରୀ କଖାରୁଆ ବୈଦନାଥଙ୍କ ପୀଠରେ ଚଳିତ ବର୍ଷ ଶୁଭିବନାହିଁ ବୋଲ-ବୋମ

ବଡ଼ସାହି : ଶନିବାର ଅପରାହ୍ନରେ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଘୋଷଣା ଅନୁଯାୟୀ ଚଳିତ ଶ୍ରାବଣ ମାସରେ ହେବାକୁ ଥିବା ସାମୁହିକ ବୋଲ-ବୋମ ଯାତ୍ରାକୁ ନିଷିଦ୍ଧ କରାଯାଇଛି। ଫଳରେ ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକର ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦନାଥଙ୍କ ଶୈବପୀଠରେ କାଉଡ଼ିଆଙ୍କ ଶ୍ରାବଣ ଜଳାଭିଷେକ ହେବ ନାହିଁ। ଦେବତ୍ତୋର ବିଭାଗ ପରିଚାଳିତ ୭୦୦ବର୍ଷର ପୁରାତନ ଶୈବପୀଠ ଲକଡ଼ାଉନ ପ୍ରାରମ୍ଭ ମାର୍ଚ୍ଚ ୨୩ତାରିଖରୁ ଅଦ୍ୟାବଧି ବନ୍ଦ ରହିଛି। କେବଳ ନୀତିକାନ୍ତିରେ ପୂଜାଅର୍ଚ୍ଚନା ଚାଲିଥିବା ବେଳେ ସାଧାରଣ ପୂଜା ବନ୍ଦ ପାଇଁ ପ୍ରବେଶ ନିଷେଧ କରାଯାଇଛି। ମନ୍ଦିର ଉପରେ ନିର୍ଭଶୀଳ ୭୨ଟି ପରିବାରର ବ୍ରାହ୍ମଣ/ସେବାୟତ ଘୋର ଦୁର୍ଦ୍ଦିନରେ ଅଛନ୍ତି। ସେହିପରି ପରୋକ୍ଷରେ ନିର୍ଭରଶୀଳ ମନ୍ଦିର ସମ୍ମୁଖ ଦୋକାନୀ/ଉଠାଦୋକାନୀ, ଅଟୋ/ଟ୍ୟାକ୍ସି ଚାଳକଙ୍କ ସହିତ ଅନ୍ୟମାନେ ଦୈନନ୍ଦିନ ରୋଜଗାରରୁ ବଞ୍ଚିତ ଅଛନ୍ତି। ସେହିପରି ମାଣତ୍ରୀ ବଜାରର କାରବାର କହିଲେ ଭକ୍ତଙ୍କ ସମାଗମ ଉପରେ ନିର୍ଭର ଥିବାରୁ ୪ମାସ ଧରି ଦୋକାନୀ ଭାଇ ବିକଳ୍ପ ରୋଜଗାର ପଛରେ ମରିଚିକା ଭଳି ଧାଇଁଛନ୍ତି। ଶ୍ରାବଣ ମାସରେ ବାହରୁ ବିଭିନ୍ନ ଜଳାଶୟରୁ ଆସୁଥିବା କାଉଡ଼ି ଓ ଏଠାରୁ ବିଭିନ୍ନ ଶୈବପୀଠକୁ ଯାଉଥିବା କାଉଡ଼ିଙ୍କ ହିସାବ କଲେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ବୋଲ-ବୋମ ପାଇଁ ଆବଶ୍ୟକ ପୋଷାକ ଠାରୁ ଆରମ୍ଭ କରି ବାହୁଙ୍ଗି, କଳସ, ନଡ଼ିଆ, ଫଳମୂଳ ଓ ପୂଜା ସାମଗ୍ରୀର ଏକ ବିରାଟ ବଜାରରୁ ନିର୍ଭରଶୀଳ ବ୍ୟବସାୟୀ ଶିବରାତ୍ରିକୁ ଛାଡ଼ିଦେଲେ ଦ୍ୱିତୀୟ ସର୍ବାଧିକ ରୋଜଗାର କରିଥାନ୍ତି। ଅଗଣତି ଅଟୋ, ଚାରିଚକିଆ, ଭ୍ୟାନ, ଟ୍ରକ ଓ ବସ ଶ୍ରାବଣ ମାସର ଶୁକ୍ରବାର ଠାରୁ ଆରମ୍ଭ କରି ସୋମବାର ପର୍ଯ୍ୟନ୍ତ ମନ୍ଦିରକୁ ସଂଯୋଗ କରୁଥଇବା ରାସ୍ତାରେ ନିଜର ଆଧିପତ୍ୟ ରଖିଥାନ୍ତି। ଏହାବ୍ୟତୀତ ଚାଲିଚାଲି ହଜାରହଜାର ଭକ୍ତ ମନ୍ଦିରରେ ପହଞ୍ଚି ନିଜର ଜଳାଭିଷେକ କରିଥାନ୍ତି। ପରନ୍ତୁ ପ୍ରକୃତି ଆଗରେ ସମସ୍ତେ ନିରୁପାୟ। କୋରନା ଭୂତାଣୁ କୋଭିଡ଼-୧୯ର ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

ପ୍ରଦୀପ କୁମାର ପଣ୍ଡା, ପରିଚ୍ଛା-ସରକାରଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ, ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ମନ୍ଦିର ଯଦିଓ ବନ୍ଦ ରହିଛି, ତେବେ ପୀଠକୁ ଜଳ ନେଇ ଆସିବାକୁ ଥିବା ଓ ପୀଠରୁ ଜଳନେଇ ଅନ୍ୟସ୍ଥାନକୁ ଯିବାକୁ ଥିବା ଭକ୍ତ କଟକଣା ଲାଗୁ ହେତୁ ଆଉ ମନ ବଳାଇବେ ନାହିଁ। ମହାମାରୀ ମୁକାବିଲାରେ ସମସ୍ତଙ୍କ ସହଯୋଗ ଜରୁରୀ। ବିଶ୍ୱନିୟନ୍ତା ସବୁ କରାଉଛନ୍ତି, ଆମେ ନିମିତ୍ତ ମାତ୍ର।

- Advertisement -

ମାନସ କୁମାର ପଣ୍ଡା, ବଡ଼ପଣ୍ଡା-ବହୁ ଲୋକଙ୍କ ସମାଗମ ରୋକାଗଲେ କରୋନା ସଂକ୍ରମଣ ଉପରେ ଆୟତ୍ତ କରିହେବ। ଏଣୁ ଚଳିତ ବର୍ଷର କଟକଣାକୁ ପୂଜକଙ୍କ ପକ୍ଷରୁ ମୁଁ ସ୍ୱାଗତ କରୁଛି। ତେବେ ମନ୍ଦିର ଉପରେ ନିର୍ଭର କରୁଥଇବା ବ୍ରାହ୍ମଣ/ସେବାୟତ ଓ ଅନ୍ୟମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରୁଛି।

ରତିକାନ୍ତ ଖଟୁଆ, ଫଳଦୋକାନୀ-ଶିବରାତ୍ରି ଓ ଦୋଳପୂର୍ଣ୍ଣିମା ପରେ ପରେ ମନ୍ଦିର ବନ୍ଦ ପାଇଁ ରୋଜଗାର ହରାଇ ମୋ ଭଳି ଦୋକାନ କରିଥିବା ସମସ୍ତେ କ୍ଷତିଗ୍ରସ୍ତ। ବୋଲ-ବୋମ ସମୟରେ ୪/୫ଟି ପାଳିରେ ଭଲ ରୋଜଗାର ହୋଇଥାଏ। ତେବେ ବର୍ତ୍ତମାନ ସ୍ଥିତିରେ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ଯୁକ୍ତିଯୁକ୍ତ। ଜୀବନ ଆଗ, ଜୀବିକା ତା’ପରେ। ବଞ୍ଚିଥିଲେ ବେପାରୀ ବେପାର କରି କ୍ଷତିଭରଣା କରିଦେବ। ତେବେ ସେତେବେଳ ସରକାର ଚାହିଁଲେ ହେଲା।

ଭରତ ଚନ୍ଦ୍ର ବେହେରା, କାଉଡ଼ି-୨୦ବର୍ଷ ଧରି ଡୁକୁରାରୁ ଆମ ସାଙ୍ଗଙ୍କ ସହିତ ମାଧବୀ ନଦରୁ ଜଳ ନେଇ ଚାଲିଚାଲି ଯାଇ ପ୍ରତିବର୍ଷ ମାଣତ୍ରୀରେ ସାମୁହିକ ଅର୍ପଣ କରିଆସୁଛୁ। ମନ୍ଦିରର ଶୃଙ୍ଖଳା ତଥା ନିଶୁଳ୍କ ବ୍ୟବସ୍ଥା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରାବଣର ପ୍ରତି ସୋମବାର ହଜାର ହଜାର ପୁରୁଷମହିଳା ଭକ୍ତ ଆସି ମାନସିକ ଜଳ ଅର୍ପଣ କରିଥାନ୍ତି। ରାସ୍ତା ପାର୍ଶ୍ବରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ବହୁ ବଦାନ୍ୟ ବ୍ୟକ୍ତି/ସଙ୍ଗଠକ ଷ୍ଟଲ କରି ଖାଇବା ପିଇବା, ଚାହା, ସର୍ବତ ଏପରିକି ସ୍ୱାସ୍ଥ୍ୟ ସେବା ଯୋଗାଇଥାନ୍ତି। ବୈଦନାଥ ନାମ ହେତୁ ଏହି ପୀଠରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମାନସିକ ପୂରଣ ହେଉଥିବାରୁ ସମସ୍ତଙ୍କ ବିଶ୍ୱାସ ଅତୁଟ ରହିଛି। ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଚଳିତ ବର୍ଷ ଘରେ ଥାଇ ଉପବାସ ପୂର୍ବକ ତାଙ୍କ ନାମରେ ଜଳ ଅର୍ପଣ କରିବି ବୋଲି ଭାବିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories