ଗର୍ଭବତୀଙ୍କ ନିମନ୍ତେ ସଚେତନ ବାର୍ତ୍ତା

0

ମା’ ହେବା ସବୁଠୁ ବଡ଼ ଖୁସି। ନାରୀ ଜୀବନକୁ ପୂର୍ଣ୍ଣତ୍ବ ପ୍ରଦାନ କରିଥାଏ ମାତୃତ୍ବ। ଏକବିଂଶ ଶତାବ୍ଦୀର ଉନ୍ନତ ଚିକିତ୍ସା ହେବା ସତ୍ତ୍ବେ ପ୍ରତି ବର୍ଷ ୨୨ହଜାରରୁ ଅଧିକ ଗର୍ଭବତୀ ମହିଳା ପ୍ରାଣ ହରାଉଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ଏହି ତଥ୍ୟ ପ୍ରକାଶିତ। ବ୍ରିଟେନ୍, ଆମେରିକା ଆଦି ଅଗ୍ରଣୀ ରାଷ୍ଟ୍ରରେ ମଧ୍ୟ ଗର୍ଭବତୀ ସ୍ତ୍ରୀମାନେ ଅକାଳରେ ପ୍ରାଣ ହରାଉଛନ୍ତି। ଏହା ପଛର ମୁଖ୍ୟ କାରଣ ହେଉଛି କାମର ମାତ୍ରାଧିକ ଚାପ।

ବିଶେଷଜ୍ଞ ଦଳର ମୁଖ୍ୟ ଅନୁସାରେ ପ୍ରଥମ ତିନି ମାସ ଗର୍ଭବତୀମାନେ ଯେପରି ଯତ୍ନବାନ୍ ଥାନ୍ତି, ଶେଷ ୩ ମାସ ସେହିପରି ଅବହେଳା କରନ୍ତି। ଏହି ଶେଷ ୩ ମାସ ହେଉଛି ଯତ୍ନ ନେବାର ପ୍ରକୃଷ୍ଟ ସମୟ। ଏହା ବାଦ୍ ଦ୍ବିତୀୟ କିମ୍ବା ତୃତୀୟଥର ଗର୍ଭବତୀ ହୋଇଥିଲେ, ସଚେତନତା ଅଧିକ। ପ୍ରଥମତଃ ୫- ୬ ବର୍ଷ ଦୁଇ ପିଲାଙ୍କ ମଧ୍ୟରେ ବ୍ୟବଧାନ ହେବା ଭଲ। ନଚେତ୍ ମା’ର ସ୍ବାସ୍ଥ୍ୟ ହାନି ହୁଏ।

କିଛି ବର୍ଷ ପୂର୍ବେ ମହିଳାମାନେ ବର୍ଷେ-ଦୁଇ ବର୍ଷ ଅନ୍ତରରେ ସନ୍ତାନ ପ୍ରସବ କରୁଥିଲେ। ତେବେ ବର୍ତ୍ତମାନର ପରିସ୍ଥିତି ଅଲଗା। ଏକବିଂଶ ଶତାବ୍ଦୀରେ ମହିଳାମାନେ ଉଭୟ ଘର-ବାହାର କାମ ସମ୍ପାଦନ କରୁଥିବାରୁ ସେମାନଙ୍କ ଶାରୀରିକ କ୍ଷମତା ପ୍ରଭାବିତ ହେଉଛି। ଯେଉଁ କାରଣରୁ ସେମାନେ ଦୁଇ ସନ୍ତାନଙ୍କ ମଧ୍ୟରେ ବ୍ୟବଧାନ ରଖିବା ଉତ୍ତମ ଉପାୟ।

Leave A Reply