BJD Bijuli 480×75 Mob

ସମାଜ ଡିଜିଟାଲ୍‌ ପ୍ରଭାବ: ଖୋଲିଲା ପରିତ୍ୟକ୍ତ ପରିସଂଖ୍ୟାନ କୋଠା

BJD Bijuli 480×75 Mob

ଲଡୁଗାଁ: କୋକସରା ବ୍ଲକ ପରିସରରେ ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ପଡିରହିଥିବା ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ପରିସଂଖ୍ୟାନ କୋଠା ଖୋଲା ନ ଯିବା ଦ୍ୱାରା ପରିତ୍ୟକ୍ତ ହୋଇ ନଷ୍ଟ ହେବାକୁ ବସିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ମଙ୍ଗଳବାର ସମାଜ ଡିଜିଟାଲରେ ‘ପରିତ୍ୟକ୍ତ ଅବସ୍ଥାରେ ପରିସଂଖ୍ୟାନ କୋଠା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଖବର ପ୍ରସାରଣର ଦୁଇ ଦିନ ପରେ ଏହି ଗୃହ ଖୋଲାଯାଇଛି ।

ସୂଚନାଯୋଗ୍ୟ ଯେ, ପରିସଂଖ୍ୟାନ କ୍ଷେତ୍ର ସର୍ଭେୟର ଅଷ୍ଟର ବାଗ ସେହି ପରିସଂଖ୍ୟାନ ଗୃହରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ପରିସଂଖ୍ୟାନ ବିଭାଗ କାର୍ଯ୍ୟ କ୍ଷେତ୍ରରେ ରହିଥିବା ବେଳେ ଅନ୍ତତଃ ସପ୍ତାହକୁ ଥରେ ଦୁଇ ଥର ଖୋଲାଗଲେ ଓ ଏହାର ରକ୍ଷଣାବେକ୍ଷଣ କରାଯାଇ କୋଠାର ନାମକରଣ ବା ଏହାର ସୂଚନା ଫଳକ ବଡ ବଡ ଅକ୍ଷରେ ଲେଖାଯାଏ ତେବେ ଏହା କି ଅଫିସ ବୋଲି ଆଉ ଲୋକେ ପଚାରିବେ ନାହିଁ।

Comments are closed.