www.samajalive.in
Monday, December 8, 2025
14.1 C
Bhubaneswar

ବିମାନ ଚଳାଇବାକୁ ମିଳୁନାହାନ୍ତି ଚାଳକ, କ୍ର୍ୟୁ ସଦସ୍ୟ

ନୂଆଦିଲ୍ଲୀ : ବିମାନ ଚାଳକ, କ୍ୟାବିନ କ୍ର୍ୟୁ ସଦସ୍ୟ ଓ ଅନ୍ୟ ପ୍ରମୁଖ କର୍ମଚାରୀଙ୍କ ଅଭାବ ସମସ୍ୟା ଏବେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ବିମାନ ଚଳାଚଳ ପରାମର୍ଶଦାତା ସଂସ୍ଥା ‘କାପା’ର ନିର୍ଦେଶକ ତଥା ସିଇଓ କପିଲ କୌଲ କହିଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ବିମାନ ସେବାରେ ଆଉ ୮୨ଟି ନୂତନ ବିମାନ  ଯୋଡ଼ିହେବାକୁ ଥିବା ବେଳେ ମୋଟ ସଂଖ୍ୟା ୮୧୨ରେ ପହଞ୍ଚିବ। ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ଭିସ୍ତାରାର କେତେକ ବିମାନ ଚାଳକ ସ୍ବାସ୍ଥ୍ୟଗତ କାରଣ ନେଇ ଛୁଟିରେ ଥିବାରୁ କମ୍ପାନୀ ଏହାର ୧୦ଧ ବିମାନ ଉଡ଼ାଣ ବାତିଲ କରିଥିଲା। ଏଥିସହ ଭିସ୍ତାରା ଏୟାରଲାଇନ୍ସ ଏୟାର ଇଣ୍ଡିଆ ସହ ମିଶ୍ରଣ ପରିପ୍ରେକ୍ଷୀରେ କଠିନ କାର୍ଯ୍ୟ ଓ ନୂତନ ଦରମାକୁ ନେଇ କେତେକ ଚାଳକ ଅସନ୍ତୁଷ୍ଟ ଥିଲେ। ଗତବର୍ଷ ସେପ୍ଟେମ୍ବରରେ ଆକାଶ ଏୟାରର ୪୩ ବିମାନ ଚାଳକ ଇସ୍ତଫା ଦେବାରୁ କମ୍ପାନୀ ଏହାର ୨୪ଟି ବିମାନ ବାତିଲ କରିଥିଲା।

ବିମାନ ଚାଳନା ସମୟ ନିର୍ଦ୍ଧାରଣ ନେଇ ସଂସ୍ଥାର ବାର୍ଷିକ ଶୀଖର ସମ୍ମିଳନୀରେ କୌଲ ଆହୁରି କହିଛନ୍ତି ଯେ, ବିମାନ ଚାଳକ, ବିମାନ ଯନ୍ତ୍ରୀ, କ୍ୟାବିନ କ୍ର୍ୟୁ ମେମ୍ବର ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦରେ ଥିବା କର୍ମଚାରୀ ଅଭାବ ସମସ୍ୟା ଅଧିକ ଗମ୍ଭୀର ରହିଛି। ଚଳିତବର୍ଷ ଲାଗୁ ହେବାକୁ ଥିବା ନୂତନ ଏଫ୍‌ଡିଟିଏଲ ନିର୍ଦେଶାବଳୀ ଏବଂ ମଧ୍ୟ ପୂର୍ବ ବିମାନ ଚାଳକଙ୍କ ଦ୍ବାରା ଅବୈଧ କର୍ମଚାରୀ ଛଟେଇ ଫଳରେ କର୍ମଚାରୀ ସମସ୍ୟା ଉଗ୍ର ହେବ। ୨୦୨୫ ଆର୍ଥିକ ବର୍ଷରେ ଭିସ୍ତାରା ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ସେମାନଙ୍କ କ୍ଷତି କମାଇବାକୁ ଚେଷ୍ଟା କରୁଛନ୍ତି। ତେବେ ବିମାନ କ୍ଷେତ୍ରରେ ୨୦୨୨-୨୩ରେ ଥିବା ହାରାହାରି ବିମାନ ଭଡ଼ା ପ୍ରାୟତଃ ୨୦୨୪ ଆର୍ଥିକ ବର୍ଷର ଭଡ଼ା ସହିତ ସମାନ ରହିଛି। ୨୦୨୩-୨୪ରେ ଇଣ୍ଡିଗୋ ବିମାନ ଭଡ଼ା ୨୦୨୨-୨୩ ତୁଳନାରେ ୧.୩ଧ ଅଧିକ ଥିବା ବେଳେ ୨୦୧୯-୨୦ ତୁଳନାରେ ୩୬ଧ ଅଧିକ। ତେବେ ବିମାନସେବା ସଂସ୍ଥା ପ୍ରଥମ ଥର ପାଇଁ ଯୁକ୍ତିଯୁକ୍ତ ମୂଲ୍ୟ ବ୍ୟବସ୍ଥା ଆପଣାଇଛନ୍ତି। ଏହା ଗତ ୧୨ରୁ ୧୮ ମାସ ହେଲା କାର୍ଯ୍ୟକାରୀ ହୋଇଆସୁଛି। ବିମାନ ଉଦ୍ୟୋଗ ୨୦୨୩ ଡିସେମ୍ବରରେ ରେକର୍ଡ ଲାଭ କରିଥିଲା।

ଧନୀ ତାଲିକା: ଗୌତମ ଆଦାନୀଙ୍କୁ ପୁଣି ଟପିଲେ ମୁକେଶ ଅମ୍ବାନୀ

- Advertisement -

ପ୍ରଥମ ବ୍ୟବସାୟିକ ବିମାନସେବା ଆରମ୍ଭ ହେବା ଦିନଠାରୁ ୭୦୦ ସଂଖ୍ୟକ ବିମାନ ଚଳାଚଳ ପାଇଁ ୯୦ ବର୍ଷ ସମୟ ଲାଗିଥିବା ବେଳେ ତାଲିକାରେ ଆଉ ୬୦୦-୭୦୦ ବିମାନ ଯୋଡ଼ିବାକୁ ଆଉ ମାତ୍ର ୫-୭ ବର୍ଷ ଲାଗିବ। ଟର୍ମିନାଲ, ରନୱେ ଭିତ୍ତିଭୂମି ବିକାଶ କରାଯାଇଥିବା ବେଳେ ଆହୁରି ଅଧିକ ସଂଖ୍ୟକ ପାର୍କିଂ ସ୍ଥାନ କରାଯିବା ଆବଶ୍ୟକ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories