ବିଶ୍ୱର ସର୍ବବୃହତ ତୀର୍ଥଯାତ୍ରୀଙ୍କ ସମାଗମ କୁମ୍ଭ ମେଳା ଉପଲକ୍ଷେ ‘କୁମ୍ଭ ଜିଓ-ଫୋନ’ ଆରମ୍ଭ
ଭୁବନେଶ୍ୱର: ସବୁ ଭାରତୀୟଙ୍କ ପାଇଁ ଡିଜିଟାଲ ସେବା ସୁଲଭ କରିବାପାଇଁ ଆରମ୍ଭ ହୋଇଥିବା ଜିଓ ଫୋନ ଏବେ ‘କୁମ୍ଭ ଜିଓ-ଫୋନ’ ଆରମ୍ଭ କରିଛି । ଆଗାମୀ କୁମ୍ଭ ମେଳାରେ ଉପଭୋକ୍ତାମାନଙ୍କ ପାଇଁ ନୂଆ ଅନୁଭୂତି ଓ ସୁବିଧା ପ୍ରଦାନ କରିବ | ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବାପାଇଁ ପ୍ରାୟ ୧୩୦ ନିୟୁତରୁ ଉର୍ଧ୍ଵ ତୀର୍ଥଯାତ୍ରୀଙ୍କ ସମାଗମ ହେଉଥିବା ୫୫ ଦିନର ଏହି କୁମ୍ଭ ମହୋତ୍ସବ ଦେଶର ସର୍ବବୃହତ ଜନସମାଗମ | ଜାନୁଆରୀ ୧୫ ରୁ ମାର୍ଚ୍ଚ ୪ ଯାଏ ହେଉଥିବା କୁମ୍ଭ ମେଳା ସମୟରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ଭକ୍ତିପୂତ ଅନୁଭୂତିକୁ ଆନନ୍ଦ ଦାୟକ କରିବା ପାଇଁ ଜିଓ ଫୋନ ନୂଆ ଡିଜିଟାଲ ସେବା ‘କୁମ୍ଭ ଜିଓ-ଫୋନ’ ଆରମ୍ଭ କରିଛି |
କୁମ୍ଭ ଜିଓ ଫୋନ ଡିଜିଟାଲ ସେବା ସମ୍ଭାର ମଧ୍ୟରେ ଉପଲବ୍ଧ ହେଉଥିବା ବିବିଧ ସୁବିଧା ମଧ୍ୟରେ ରହିଛି କୁମ୍ଭ ସମ୍ବନ୍ଧରେ ବିଷଦ ତଥ୍ୟ ଓ ସୂଚନା, ସ୍ୱତନ୍ତ୍ର ଟ୍ରେନ ଓ ବସ ଭଳି ଗମନଗମନ ସମ୍ପର୍କିତ ତତ୍-କ୍ଷଣାତ ସୂଚନା, ପୂର୍ବ ପ୍ରକାଶିତ ସ୍ନାନ ଓ ବୁଡ଼ ତଥା ଧାର୍ମିକ ତିଥି ସମୟ ନିର୍ଘଣ୍ଟ, ଜରୁରୀକାଳୀନ ସହାୟତା ନମ୍ବର ସମୂହ, ରାସ୍ତା ଓ ଅଂଚଳ ମ୍ୟାପ, ଟିକେଟ ବୁକିଂ ଓ ଅପଡେଟ ସୂଚନା, ଷ୍ଟେସନରେ ଯାତ୍ରୀ ଆଶ୍ରୟ ସୂଚନା, ରେଳବାଇ କ୍ୟାମ୍ପ ମେଳା ସମ୍ବନ୍ଧିତ ସୂଚନା ଇତ୍ୟାଦି |
ଯେକୌଣସି ଜିଓ-ଫୋନରେ ଜିଓ ଷ୍ଟୋରରେ ଉପଲବ୍ଧ ରହିଥିବା ଏହି କୁମ୍ଭ ଜିଓ ଫୋନ ଆପ୍ପରେ ରହିଛି ଫ୍ୟାମିଲି ଲୋକେଟର ଓ ଖୋୟା-ପାୟା ଭଳି ସ୍ୱତନ୍ତ୍ର ସୁବିଧା ଯାହାଦ୍ୱାରା କୁମ୍ଭମେଳାରେ ତୀର୍ଥଯାତ୍ରୀମାନେ ନିଜ ପରିବାର, ବନ୍ଧୁ ଓ ସମ୍ପର୍କୀୟଙ୍କ ଅବସ୍ଥିତି ସମ୍ପର୍କରେ ସଠିକ ସୂଚନା ପାଇପାରିବେ ଏବଂ ଏକାଠି ହୋଇପାରିବେ |
ସେହିଭଳି ସମସ୍ତ ଜିଓ ଉପଭୋକ୍ତାଙ୍କୁ କୁମ୍ଭ ମେଳାର ଆନନ୍ଦ ଦେବାପାଇଁ ଜିଓ ଟିଭି ମାଧ୍ୟମରେ କୁମ୍ଭ ଦର୍ଶନରେ ଚଳିତ କୁମ୍ଭର ସ୍ୱତନ୍ତ୍ର କାର୍ଯ୍ୟକ୍ରମଗୁଡିକର ପ୍ରସାରଣ ସହିତ ପୂର୍ବରୁ ହୋଇଥିବା କୁମ୍ଭ ସମ୍ପର୍କିତ ଭିଡ଼ିଓ ଉପଲବ୍ଧ ହେବ | ସେହିଭଳି ଜିଓ ସାବନରେ ସ୍ୱତନ୍ତ୍ର କୁମ୍ଭ ରେଡ଼ିଓରେ କୁମ୍ଭ ମେଳା ସମ୍ପର୍କିତ ଭକ୍ତି ସଂଗୀତ, ମନ୍ତ୍ରୋଚ୍ଚାରଣ ଓ ଶ୍ଳୋକ ଉପଲବ୍ଧ କରାଯାଇଛି | ଏଥିସହିତ କୁମ୍ଭ ସମ୍ପର୍କିତ ସମସ୍ତ ନ୍ୟୁଜ ଆଲର୍ଟ କୁମ୍ଭ ଜିଓ ଫୋନ ଜରିଆରେ ସମସ୍ତଙ୍କ ହାତପାହାନ୍ତାରେ ଉପଲବ୍ଧ ହେବ | କୁମ୍ଭ ଅବସରରେ ମନୋରଞ୍ଜନ ପାଇଁ ବିଭିନ୍ନ ଗେମ ସହିତ ଓ ପ୍ରତିଦିନ କୁମ୍ଭ କୁଇଜ଼ ବ୍ୟବସ୍ଥା ରହିଛି ଯେଉଁଥିରେ ଭାଗନେଇ ଉପଭୋକ୍ତାମାନେ ମନଲଖି ଉପହାର ଜିତି ପାରିବେ |
ଏସବୁ ସୁବିଧା ସାଙ୍ଗକୁ ଉପଭୋକ୍ତା ଜିଓ ଫୋନର ସମସ୍ତ ଆକର୍ଷଣୀୟ ସୁବିଧା ଯେପରିକି ମାଗଣା ଭଏସ କଲ, ସର୍ବନିମ୍ନ ମୂଲ୍ୟରେ ଅସୀମିତ ଇଣ୍ଟରନେଟ ଏବଂ ଜିଓ ଟିଭି, ଜିଓ ସିନେମା, ଜିଓ ସାବନ ମ୍ୟୁଜ଼ୀକ, ଜିଓ ଗେମ୍ସ, ଫେସବୁକ, ହ୍ୱାଟ୍ସଅପ୍ପ, ୟୁଟୁବ, ଗୁଗୁଲ ମ୍ୟାପ୍ସ ଭଳି ବିଶ୍ୱସ୍ତରୀୟ ଆପ୍ସର ମଜା ନେଇପାରିବେ | ସେହିଭଳି ଗୁଗୁଲ ଭଏସ ଆସିଷ୍ଟାଣ୍ଟ ସେବା ଉପଯୋଗ କରି ଭଏସ କମାଣ୍ଡ ଜରିଆରେ ଫୋନ ବ୍ୟବହାର କରିପାରିବେ |
କୁମ୍ଭ ଜିଓ ଫୋନ ସମ୍ପର୍କରେ ସୂଚନା ଦେବା ଅବସରରେ ଜିଓ ମୁଖପାତ୍ର ପ୍ରକାଶ କରିଛନ୍ତି ଯେ ” ଜିଓ ଫୋନ ହେଉଛି ଏକ ଅଭିନବ ଉଦ୍ୟମ ଏବଂ କୁମ୍ଭ ଜିଓ-ଫୋନ ଶୁଭାରମ୍ଭ ଜିଓ ଫୋନ ଉପଭୋକ୍ତାମାନଙ୍କୁ ନୂତନ ତଥା ଅଭିନବ ସୁବିଧା ପ୍ରଦାନ କରିବା ଦିଗରେ ଆମର ପ୍ରୟାସର ପରିଚାୟକ | ସ୍ୱଳ୍ପ ମୂଲ୍ୟରେ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଇ ପାରିଥିବାରୁ ଜିଓ ଫୋନ ସମ୍ପ୍ରତି ଭାରତରେ ସର୍ବାଧିକ ବିକ୍ରି ହେଉଥିବା ଫୋନେ ହୋଇପାରିଛି | ଆମେ ଏଥିପାଇଁ ଗର୍ବିତ ଯେ ପ୍ରତିଟି ଭାରତୀୟ ଏବେ ମାତ୍ର ୫୦୧ ଟଙ୍କାରେ ସ୍ମାର୍ଟଫୋନ ବ୍ୟବହାର କରିବାର ମଜା ନେଇପାରୁଛନ୍ତି ଏବଂ ବିଶ୍ୱସ୍ତରୀୟ ସୁବିଧା ଓ ଫିଚର ଉପଭୋଗ କରିଛନ୍ତି ଯାହା ଭାରତରେ ନିର୍ମିତ, ଭାରତ ପାଇଁ ନିର୍ମିତ ଏବଂ ଭାରତ ଦ୍ୱାରା ନିର୍ମିତ” |
ଜିଓ ପକ୍ଷରୁ ଏସବୁ ସୁବିଧା ଓ ଅନୁଭୂତି ଉପଲବ୍ଧ କରାଇବା ପାଇଁ ଉତ୍ତରପ୍ରଦେଶ ପୋଲିସ ଓ କାଶ୍ ଇଟ୍ ସହିତ ନିରନ୍ତର ଭାବରେ କାର୍ଯ୍ୟ କରାଯାଉଛି |
ସମସ୍ତ ବର୍ତମାନର ଓ ନୂଆ ଉପଭୋକ୍ତା ଜିଓ ଫୋନରେ ଜିଓ ଷ୍ଟୋରରୁ କୁମ୍ଭ ଜିଓ ଫୋନ ସେବା ପାଇପାରିବେ | କୁମ୍ଭ ଜିଓ ଫୋନ କିମ୍ବା ଜିଓଫୋନ ସମ୍ପର୍କିତ ସମସ୍ତ ପ୍ରକାର ପ୍ରଶ୍ନ ଓ ସହାୟତା ପାଇଁ ରିଲାଏନ୍ସ ରିଟେଲ ପକ୍ଷରୁ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ୧୯୯୧ ବ୍ୟବସ୍ଥା କରାଯାଇଛି |