ଛିଡ଼ୁନି ବିଭାଗ ଭାଗବଣ୍ଟା ବିବାଦ

0

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଏ ଯାଏ ବିବାଦ ଛିଡ଼ିନି। କଂଗ୍ରେସ-ଜେଡିଏସ୍‍ ସରକାରରେ ବିଭାଗ ଭାଗବଣ୍ଟାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରକ୍ରିୟା ବିଳମ୍ବିତ ହେଉଛି। ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀଙ୍କ ସହିତ କଂଗ୍ରେସର ତୁଙ୍ଗନେତାମାନେ ନୂଆଦିଲ୍ଲୀରେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ତେଣୁ ବିବାଦର ଶୀଘ୍ର ସମାଧାନ ହୋଇଯିବ ବୋଲି ଉଭୟ ଦଳ ଆଶାବାଦୀ ଅଛନ୍ତି। ନୂଆଦିଲ୍ଲୀରେ କୁମାରସ୍ୱାମୀ ଓ ସହଯୋଗୀ ଦାନିସ୍‍ ଅଲୀଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ୍‍, ଅଶୋକ ଗେହଲଟ୍‍, କେ ସି ବେଣୁଗୋପାଳ, ମଲ୍ଲିକାର୍ଜୁନ ଖାର୍ଗେ, ସିଦ୍ଧରାମେୟା ପ୍ରମୁଖଙ୍କ ସହିତ ଆଲୋଚନା କରିଛନ୍ତି। ଅର୍ଥ, ଗୃହ, ଶିଳ୍ପ, ଜଳସମ୍ପଦ, ପୂର୍ତ୍ତ, ଅବକାରୀ, ପ୍ରାଥମିକ ଶିକ୍ଷା, ବେଙ୍ଗାଲୁରୁ ବିକାଶ ଆଦି ବିଭାଗ କଂଗ୍ରେସ ନିଜ ପାଖରେ ରଖିବା ପାଇଁ ଜିଦ୍‍ ଧରିଛି। ଅପରପକ୍ଷର କୃଷକଙ୍କ ଋଣ ଛାଡ଼ କରିବା ପାଇଁ ଜେଡିଏସ୍‍ ପ୍ରତିଶ୍ରୁତି ଦେଇଥିବାରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନିଜ ପାଖରେ ଅର୍ଥ ବିଭାଗ ରଖିବାକୁ ଚାହୁଁଛନ୍ତି। ଦୁଇ ଦଳର ଏଭଳି ଜିଦ୍‍ ଯୋଗୁଁ ବିବାଦ ସୃଷ୍ଟି ହୋଇଥିବା କୁହାଯାଉଛି।

Leave A Reply