www.samajalive.in
Saturday, December 6, 2025
14.1 C
Bhubaneswar

‘କୁଛ୍ କୁଛ୍ ହୋତା ହୈ’-୨!

କରନ୍ ଜୋହର୍ ନିର୍ଦେଶିତ କୁଛ୍ କୁଛ୍ ହୋତା ହୈ ୧୯୯୮ରେ ଅନ୍ୟତମ ସୁପରହିଟ୍ ଚଳଚ୍ଚିତ୍ର ଥିଲା। ମୁଖ୍ୟ ଭୂମିକାରେ ଶାହରୁଖ୍ ଖାନ୍, କାଜଲ ଓ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର କାହାଣୀ ଓ ସଙ୍ଗୀତ ଉଭୟ ଦର୍ଶକଙ୍କ ମନ ଜିଣି ନେଇଥିଲା। ଚଳଚ୍ଚିତ୍ର ମୁକ୍ତିଲାଭର ୨୦ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଏହାର ଟେଲିଭିଜନ ରେଟିଂ ପଏଣ୍ଟ କମିନାହିଁ। ନିକଟରେ ପ୍ରଯୋଜକ ଓ ନିର୍ଦେଶକ କରନ୍ ଜୋହର୍ ଏକ ରେଡିଓ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଜନୈକ ଶ୍ରୋତାଙ୍କ ସହ ବାର୍ତ୍ତାଳାପ ସମୟରେ ସେ କରନ୍‌ଙ୍କୁ ପଚାରିଲେ, କୁଛ୍ କୁଛ୍ ହୋତା ହୈର ଦ୍ବିତୀୟ ଭାଗ ସମ୍ପର୍କରେ କ’ଣ ଚିନ୍ତା କରିଛନ୍ତି? କରନ୍ କହିଥିଲେ, ଏହାର ଦ୍ବିତୀୟ ଭାଗ ନିର୍ମାଣ ନିମନ୍ତେ ସମସ୍ତେ ଯୋଜନା ଓ କାହାଣୀ ପ୍ରସ୍ତୁତ ହୋଇସାରିଛି। ଏହା ସହ ମୁଖ୍ୟ ଭୂମିକାରେ ରଣବୀର କପୁର, ଆଲିୟା ଭଟ୍ଟ ଓ ଜାହ୍ନବୀ କପୁର ଅଭିନୟ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ୩ କଳାକାରଙ୍କ ସହ କରନ୍‌ ପୂର୍ବରୁ କାମ କରିସାରିଛନ୍ତି। ରଣବୀର କପୁରଙ୍କ ସହ କରନ୍ ‘ୟେ ଜୱାନୀ ହୈ ଦିୱାନୀ’, ‘ଐ ଦିଲ୍ ହେ ମୁସକିଲ୍’ରେ କାମ କରିଥିବାବେଳେ ଆଲିୟାଙ୍କୁ ନିଜ ଝିଅ ପରି ଶ୍ରଦ୍ଧା କରୁଥିବା କରନ୍ ତାଙ୍କୁ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ରେ ସୁଯୋଗ ଦେଇଥିଲେ। ଅନ୍ୟ ପାଖେ ସ୍ବର୍ଗୀୟା ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ ଝିଅ ଜାହ୍ନବୀଙ୍କ ଦମ୍‌ଦାର୍‌ ପ୍ରବେଶ ‘ଧଡକ’ ଚଳଚ୍ଚିତ୍ରରେ କରନ୍‌ ହିଁ କରାଇଥିଲେ। ଏଣୁ ୩କଳାକାରଙ୍କ ଦକ୍ଷତା ସମ୍ପର୍କରେ ସେ ଭଲଭାବେ ଜାଣିଛନ୍ତି। କୁଛ୍ କୁଛ୍ ହୋତା ହୈ-୨ ମଧ୍ୟ ସଫଳ ହେବ ବୋଲି ସମୀକ୍ଷକମାନେ ଏବେଠାରୁ ମତ ପୋଷଣ କରିସାରିଲେଣି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories